ନୀଳଗିରି: ପରିତ୍ୟକ୍ତ ଖାଦାନରେ ଗାଧୋଇବା ସମୟରେ ବୁଡି ଜଣେ ଛାତ୍ରଙ୍କର ମୃତ୍ୟ ହୋଇଛି।ଦଶମ ଶ୍ରେଣୀର ପରୀକ୍ଷା ସରିବା ପରେ ସାଙ୍ଗ ମାନଙ୍କ ସହ ମଜା ସଜାରେ ପରିଣତ ହୋଇଛି।ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ଅଧୀନ ଖଣ୍ଡିଆହୁଡି ପାହାଡରେ ଥିବା ପରିତ୍ୟକ୍ତ ଖାଦାନରେ।ସୂଚନା ଅନୁଯାୟୀ ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶେରଗଡ଼ ଗ୍ରାମର ସରୋଜ ଦାଶଙ୍କ ୧୪ ବର୍ଷୀୟ ପୁଅ ଜ୍ୟୋତିଶଙ୍କର ଦାଶ ତିନି ଜଣ ସାଙ୍ଗଙ୍କ ସହିତ ମିରିଗିଣି ଖଣ୍ଡିଆହୁଡ଼ି ପାହାଡକୁ ବୁଲିବା ପାଇଁ ଆସିଥିଲେ। ବୁଲାବୁଲି ପରେ ପରିତ୍ୟକ୍ତ ପଥର ଖାଦାନରେ ଗାଧୋଇଥିଲେ। ଜ୍ୟୋତିଶଙ୍କର ଗୋଡ଼ ଖସି ଯିବାରୁ ସେ ଗଭୀର ଜଳରାଶିରେ ବୁଡି ଯାଇଥିଲେ।ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ବହୁ ଖୋଜା ଖୋଜି ପରେ ଉଦ୍ଧାର କରାଯାଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଜ୍ୟୋତି ସରୋଜଙ୍କର ଏକ ମାତ୍ର ପୁତ୍ର ହୋଇଥିବା ବେଳେ ତାଙ୍କ ବିୟୋଗରେ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
