ବାରିପଦା; ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା, ବେତଝରି ଗ୍ରାମରେ ଚିତି ସାପ କାମୁଡ଼ାରେ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେେ,୍ୱତଝରି ଗ୍ରାମର ନାଗି ମାଝୀ (୭୨) ସୋମବାର ରାତିରେ ଶୋଇଥିବା ବେଳେ ଏକ ଚିତି ସାପ କାମୁଡି ଦେଇଥିଲା। ରାତିରେ ନାଗି ମାଝୀଙ୍କର ଛାତି ଏ୍ୱଂ ପେଟରେ ଯନ୍ତ୍ରଣା ହେବାରୁ ଦୁଇ ଝିଅଙ୍କୁ ଜଣାଇଥିଲେ। ଦୁଇ ଝିଅ ସାପକୁ ମାରିବାକୁ ବାହାରିବାରୁ ସାପଟି ଖସି ଯାଇଥିଲା। ପରିବାର ଲୋକେ ସକାଳ ୫ ଟା ବେଳେ ନାଗିକୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୨୪ ମସିହା ଅଗଷ୍ଟ ମାସରେ ନାଗିଙ୍କ ସ୍ୱାମୀ ଫାଗୁମାଝୀ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ନାଗିଙ୍କ ଜୋଇଁ କାରାନ ଟୁଡୁଙ୍କ ଅଭିଯୋଗ କ୍ରମେ ଠାକୁରମୁଣ୍ଡା ଥାନା ଅଧିକାରୀ ୟୁଡି କେଶ୍ ନଂ ୧୫/୨୦୨୬ ମୂଳେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛନ୍ତି ଥିବାର ପ୍ରକାଶ ।
