ପୁରୀ: ଟିପିସିଓଡିଏଲ୍ ପୁରୀ ବିଦ୍ୟୁତ ବିଭାଗ ରେ ବିଭିନ୍ନ ଏଜେନ୍ସି ଜରିଆରେ ପାଞ୍ଚ ଶହରୁ ଅଧିକ କର୍ମଚାରୀ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟ କରିଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ଏଜେନ୍ସି ବଦଳେଇବା ସହ କିଛି କିଛି କର୍ମଚାରୀ ମାନଙ୍କୁ ଛଟେଇ କରାଯାଉଛି । ମିଟର ରିଡିଙ୍ଗ ଓ ବିଲ ଆଦାୟ କାର୍ଯ୍ୟ ନେଇଥିବା ଏଜେନ୍ସି ର ଅବଧି ଜୁଲାଇ ମାସ ୩୧ ତାରିଖ ରେ ସରିବା ପରେ ନୂଆ ଟେଣ୍ଡର କରାଯାଇଛି। ଏହି ଟେଣ୍ଡର ଅନୁସାରେ କିଛି କର୍ମଚାରୀ ଛଟେଇ ହେବା ସହ ଶ୍ରମ ଆଇନ ଅନୁସାରେ ଦରମା ମିଳିବା ବଦଳ ରେ ପିସ ରେଟ ହିସାବ ରେ କାର୍ଯ୍ୟ କରିବା ପାଈଁ ଟିପିସିଓଡିଏଲ୍? ତରଫରୁ ନିଷ୍ପତ୍ତି କରାଯାଇଛି ଯାହାକି ବେଆଇନ ଅଟେ। ଏହିଭଳି ଭାବେ ପୂର୍ବରୁ ୧୫ ଜଣ ଛଟେଇ ହୋଇଥିବା ବେଳେ ଗଲା ନଭେମ୍ବର ୨୦୨୫ ରେ ୯ ଜଣ ଛଟେଇ ହୋଇଛନ୍ତି । ଏହି ବିଷୟ ମଣ୍ଡଳ ଶ୍ରମ ଅଧିକାରୀ ପୁରୀ ନିକଟ ରେ ବିଚାରଧୀନ ରହିଥିବା ବେଳେ ଓଡିଶା ଉଚ୍ଚ ନ୍ୟାୟାଳୟରେ ମଧ୍ୟ ବିଚାରଧୀନ ରହିଛି । କିନ୍ତୁ ଟାଟା ପାୱାର ଅଧିକାରୀ ମାନେ ସମସ୍ତ ନ୍ୟାୟିକ ବ୍ୟବସ୍ଥା କୁ ବେଖାତିର କରି ନିଜ ମନମୁଖୀ କାର୍ଯ୍ୟ କରିଚାଲିଛି ।

ଏହି ବିଷୟ ନେଇ ପୁରୀ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ତରଫରୁ ଶ୍ରମ ବିଭାଗ ଓ ଟିପିସିଓଡିଏଲ୍ ପୁରୀ ଅଧିକାରୀଙ୍କୁ ୩୧,୦୭,୨୦୨୬ ରୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସମାଧାନ ନହେବାରୁ ଆଜି ମିଳିତ ମଞ୍ଚ ତରଫରୁ ସାଧାରଣ ସମ୍ପାଦକ ନୃସିହ ଚରଣ ଦାସ, ମନୋଜ କୁମାର ରାଉତରାୟ, ବିମଳ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ମିଟର ରିଡର ଓ ବିଲ କଲେକ୍ଟର ମାନେ ଟିପିସିଓଡିଏଲ୍? ଅଫିସ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ କିଛି ସମୟ ପାଈଁ ଘେରାଉ କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟନାରାୟଣ ଦାଶ, ଲୋକନାଥ ଗଡ଼ନାୟକ, ଶରତଚନ୍ଦ୍ର ଦାଶ ,ପୁରୁଷୋତମ ମିଶ୍ର, ଶାନ୍ତନୁ ମିଶ୍ର, ଗୋପାଳ ସ୍ୱାଇଁ, ନିରଞ୍ଜନ ବେହେରା ମଧୁସୂଦନ ଆଚାରୀ, ବଦ୍ରି ମହାନ୍ତି ଶେଷଦେବ ରାୟ ପ୍ରମୁଖ ପରିଚାଳନା କରିବା ସହ ତୁରନ୍ତ ଏହାର ସମାଧାନ କରା ନ ଗଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ସମାଧାନ ହେଲା ପର୍ଯ୍ୟନ୍ତ ଆହୋରାତ୍ର ଧାରଣା ଦିଆଯିବ ଏଥିପାଇଁ ଯାହା ଅସୁବିଧା ସୃଷ୍ଟି ହେବ । ଟିପିସିଓଡିଏଲ୍? ଅଧିକାରୀ ଓ ଶ୍ରମ ବିଭାଗ ଦାୟୀ ରହିବେ।
