ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି ର ସଭା ଗୃହରେ ଏସ ଆଇ ଅର୍ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ମ୍ୟୁନିସିପାଲଟି ଏକ୍ଜିକ୍ୟୁଟିଭ ଅଫିସର ଶ୍ରୀମତୀ ଶ୍ୱେତପଦ୍ମା ଧଳ ଯୋଡ଼ା ର ସମସ୍ତ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିଲେ।
ଏଥିରେ ଇଲେକ୍ସନ ଡିଲିଂ ଆସିଷ୍ଟାଣ୍ଟ ଯୋଗ ଦେଇ ଏସ ଆଇ ଆର ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତ୍ୟେକ ୱାର୍ଡ ରେ ବି ଏଲ ଓ ମାନେ ଘରେ ଘରେ ଯାଇ ଭୋଟ ପରିଚୟ ପତ୍ର ର ଉପଯୁକ୍ତ ସଂଶୋଧନ କିମ୍ବା ସଂଯୋଗିକରଣ ପାଇଁ ଯେଉଁ ଡକ୍ୟୁମେଣ୍ଟ ମାଗିବେ ତାହା ଦେଇ ଭୋଟ ପରିଚୟ ପତ୍ରକୁ ସୁଧାରି ନେବା ଦରକାର ନଚେତ୍ ଭୋଟ ଦାନ ଅଧିକାର ରୁ ବଞ୍ଚିତ ହେବାକୁ ପଡ଼ିବ। ତେବେ ୨୦୦୨ ମସିହା ରେ ଯେଉଁ ଠାରେ ଭୋଟ ଦେଇଥିଲେ କିମ୍ବା ଯଦି ଭୋଟ ନ ଦେଇ ଥିବେ ନିଜର ବଂଶାନୁଗୁଣ ର ପ୍ରମାଣ ଦେବାକୁ ପଡ଼ିବ ଯେମିତି ସେଠାରେ ଥିବା ବାପା ମାଆ ,ଜେଜେବାପା,ଜେଜେ ମାଆ ଙ୍କ ଭୋଟ ଦେବାର ପ୍ରମାଣ ଥିବ। ଏହା ତିନୋଟି କ୍ୟାଟାଗୋରି ମାଧ୍ୟମରେ ହୋଇଥାଏ ଯଥା ଏ, ବି, ସି। ଏ -୨୦୦୨ ରୁ ୨୦୦୫ ମଧ୍ୟରେ ଦୁଇଟି ଯାକ ତାଲିକାରେ ନାମ ଥିବା ଦରକାର। ବି – ବଂଶାନୁ କ୍ରମ ନାମ ଦେଖାଇ ପରୁଥିବେ। ସି – ଯଦି ବଂଶାନୁ କ୍ରମିକ କାହାରି ନାମ ଦେଖାଇ ନ ପାରିବେ ତେବେ ଜନସାଧାରଣ ବି ଏଲ ଓ ମାନଙ୍କୁ ସହଯୋଗ କରି ସମସ୍ୟାର ସମାଧାନ ପାଇଁ ଶ୍ରୀମତୀ ଧଳ ପରାମର୍ଶ ଦେଇଥିଲେ।
