ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ-ଆମେରିକାର ଆକ୍ରମଣ ଯୋଗୁଁ ଭାରତରେ ଏଲପିଜି ଅଭାବ ସୃଷ୍ଟି ହୋଇଛି। ଏହାର ମୁକାବିକଲା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ୯୨,୭୦୦ ମେଟ୍ରିକ୍ ଟନ୍ ଏଲପିଜି ନେଇ ଭାରତ ଯାଉଥିବା ଦୁଇଟି ଜାହାଜ ଇରାନ ଉପକୂଳରୁ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ପାର କରିଛନ୍ତି ଏବଂ ମାର୍ଚ୍ଚ ୧୬-୧୭ ସୁଦ୍ଧା ଡକିଂ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଲୋକଙ୍କ ମଧ୍ୟରେ ଆତଙ୍କ ବୁକିଂରେ ତୀବ୍ର ବୃଦ୍ଧି ଘଟିଥିବା ସରକାର ମଧ୍ୟ ଉଲ୍ଲେଖ କରିଛନ୍ତି। ଯାହା ସାରା ବିଶ୍ୱରେ ତେଲ ଏବଂ ଗ୍ୟାସ୍ ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିଂହ୍ନା କହିଛନ୍ତି ଯେ, ୯୨,୭୦୦ ମେଟ୍ରିକ୍ ଟନ୍ ଏଲପିଜି ନେଇ ଦୁଇଟି ଭାରତ ପତାକା ଜାହାଜ – ଶିବାଲିକ୍ ଏବଂ ନନ୍ଦ ଦେବୀ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ପାର ହୋଇ ଏବେ ଭାରତ ଅଭିମୁଖେ ଯାଉଛନ୍ତି। ଦୁଇଟି ଜାହାଜ ମୁନ୍ଦ୍ରା ଏବଂ କାଣ୍ଡଲାରେ ଯଥାକ୍ରମେ ମାର୍ଚ୍ଚ ୧୬ ଏବଂ ମାର୍ଚ୍ଚ ୧୭ ପହଞ୍ଚିବେ। ସିହ୍ନା ଆହୁରି କହିଛନ୍ତି ଯେ ପାରସ୍ୟ ଉପସାଗର ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ସହିତ ଜଡିତ କୌଣସି ଅପ୍ରୀତିକର ଘଟଣା ରିପୋର୍ଟ ହୋଇନାହିଁ। ଫଳସ୍ୱରୂପ, ପାରସ୍ୟ ଉପସାଗରରେ ଏବେ ୨୨ଟି ଭାରତୀୟ ପତାକା ଜାହାଜ ରହିଛି, ଯାହା ମୋଟ ୬୧୧ ନାବିକଙ୍କୁ ନେଇ ଯାଉଛି। ସଚିବ କହିଛନ୍ତି ଯେ ଏହା ଭାରତୀୟ କ୍ରୁ ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାହାଜ ମାଲିକମାନଙ୍କ ସହିତ ଘନିଷ୍ଠ ସମନ୍ୱୟରେ କାର୍ଯ୍ୟ କରୁଛି। ମନ୍ତ୍ରଣାଳୟ, ବିଶେଷକରି ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ (ଡିଜି ସିପିଂ) ଜାହାଜ ମାଲିକ,ଆରପିଏସ୍ଏନ୍ ଏଜେନ୍ସି ଏବଂ ଭାରତୀୟ କୂଟନୈତିକ ମିଶନ ସହିତ ସମନ୍ୱୟ ରଖି ଏହି ସମସ୍ତ ଭାରତୀୟ ପତାକା ଜାହାଜ ଏବଂ ଜାହାଜରେ ଥିବା ଭାରତୀୟ ନାବିକମାନଙ୍କ ସମ୍ପର୍କରେ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
