ନୀଳଗିରି: ରାସ୍ତାରେ ଓଲଟିଲା ବାଲି ବୋଝେଇ ଡମ୍ଫର। ଡମ୍ଫର ର ପଛ ଚକ ଫାଟି ଯିବାରୁ ରାସ୍ତା ମଝିରେ ଓଲଟି ପଡି ଥିଲା ଡମ୍ଫରଟି। ନୀଳଗିରି -ମିତ୍ରପୁର କାଠପାଳ ରାସ୍ତାର ଘାଗରା ପୋଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର ପଳାଇ ଯାଇଥିବା ବେଳେ ,ଡମ୍ପରର ସାମ୍ନା କାଚ ଭାଙ୍ଗି ରୁଜି ଯାଇଛି। ସୂଚନାରୁ ଜଣାଯାଇଛି, ଓ.ଆର ୧୬ଡି ୦୯୧୬ ନମ୍ବର ବିଶିଷ୍ଟ ଏହି ଡମ୍ଫରଟି ବାଲି ଲୋଡ କରି ନୀଳଗିରି ଥାନା ଅଧିନ କାଠପାଳ ପଟୁ ମିତ୍ରପୁର ଅଭିମୁଖେ ଆସୁଥିବା ବେଳେ, ଡମ୍ଫରଟିର ପଛ ଚକ ଫାଟି ଯିବା କାରଣରୁ ଘାଗରା ପୋଲ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡମ୍ପରରେ ଲୋଡ ଥିବା ବାଲି ରାସ୍ତାରେ ବିଛାଡ଼ି ହୋଇ ପଡ଼ିଥିଲା। ଆହତ ଡମ୍ଫର ଡ୍ରାଇଭର ଘଟଣା ସ୍ଥଳରୁ ପଳାଇ ଯାଇଥିବା ବେଳେ ଡମ୍ଫରଟି ରାସ୍ତା ଉପରେ ପଡ଼ି ରହିଥିଲା।ତେବେ ଡମ୍ଫରରେ ଲୋଡ୍ ଥିବା ବାଲି ଚୋରା ନା ପରମିଟ୍ ଥିଲା ତାହା ଜଣାପଡ଼ି ନାହିଁ।
