କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଓ ପଟ୍ଟାମୁଣ୍ଡାଇ ଟାଉନ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ରାମଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ସେଠୀ(୩୨)ଙ୍କ ଠାରୁ ୮୯୦ ଲିଟର ଗୁଡ଼ପୋଚ, ତିଖିରୀ ଗ୍ରାମର କବିତା ବେହେରା(୫୧)ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ, ବେଣୁପାଳ ଗ୍ରାମର ସଂଯୁକ୍ତା ସ୍ୱାଇଁ(୨୬)ଙ୍କ ଠାରୁ ୯ ଲିଟର ବିଦେଶୀ ମଦ, ଅଢାଜୋରି ଗ୍ରାମର ବାବାଜୀ ମଳିକ(୪୯)ଙ୍କ ଠାରୁ ୪୨ ଲିଟର ଦେଶୀ ମଦ, ବୁଦ୍ଧଗାଓଁ ଗ୍ରାମର ମଙ୍ଗୁ ସ୍ୱାଇଁ(୫୬)ଙ୍କ ଠାରୁ ୨୨ ଲିଟର ଦେଶୀ ମଦ, ସାନମୂଳବସନ୍ତ ଗ୍ରାମର ଅଛୁତ ସେଠୀ(୫୫)ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ, ବିଷ୍ଣୁଦାସପୁର ଗ୍ରାମର ଦୁର୍ଯୋଧନ ମଳିକ(୪୧)ଙ୍କ ଠାରୁ ୪୫ ଲିଟର ଦେଶୀ ମଦ ସମେତ ଏକ ମୋଟର ସାଇକେଲ, ବେଳାରପୁର ଗ୍ରାମର ଆଦିପ୍ତ କର(୫୧)ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ ଓ ମାହାଙ୍ଗା ଗ୍ରାମର ଗୀତାଞ୍ଜଳୀ ବେହେରା(୪୨)ଙ୍କ ଠାରୁ ୨୩ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ୧୧୧୦ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା, ଦେଶୀ ଓ ଗୁଡପୋଚ ଚୋରା ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର, ଛାୟାକାନ୍ତ ନାୟକ, ସୁଶ୍ରୀ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପ ନିରୀକ୍ଷକ ପ୍ରଦୀପ କୁମାର ମଳିକ, ସୁନିଲ କୁମାର ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।
