କଟକ: ନୂଆ ଦଳ ପ୍ରତିଷ୍ଠା କରିବା ନେଇ ବଡ଼ ଘୋଷଣା କରିଛନ୍ତି ମହମ୍ମଦ ମୋକିମ୍। ଏପ୍ରିଲ୍ ୮ରେ ନୂଆ ଦଳ ପ୍ରତିଷ୍ଠା କରିବେ । ଏବଂ ଯାହାର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’। ଓଡ଼ିଶା ସହ କଂଗ୍ରେସକୁ ମିଶାଇ ନୂଆ ଦଳ ନାମ କରଣ କରିଛନ୍ତି । ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଲା । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି । ଏ ସମ୍ପର୍କରେ ମହମ୍ମଦ ମୋକିମ୍ ସ୍ପଷ୍ଟ କରିଛନ୍ତି । ଏପ୍ରିଲ ପ୍ରଥମ ସପ୍ତାହରେ ଦଳ ପ୍ରଥମ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ କହିଛନ୍ତି। ନୂଆ ଦଳ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ। ଆସନ୍ତା ରାଜ୍ୟସଭା ନିର୍ବାଚନ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ବିଜେଡି ୨୫ ବର୍ଷ ଧରି କଂଗ୍ରେସକୁ ତଳି ତଳାନ୍ତ କରିଛି। ସେହି ଦଳ ସହ ହାତ ମିଳାଇବା ଅନହୋଲି ଆଲାଏନ୍ସ। ଏହା କଂଗ୍ରେସ ପାଇଁ କ୍ଷତି ପହଞ୍ଚାଇବ। ତାଙ୍କ ଦଳର ଅନେକ ବିଧାୟକ ଏନେଇ ଅସନ୍ତୁଷ୍ଟ ଅଛନ୍ତି। ନବୀନ ବାବୁଙ୍କ ସାହାରା ବନିଲା କଂଗ୍ରେସ।
