ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅମଣ।କୁଦ ପଞ୍ଚାୟତ ମାଣିକପୁର ଗ୍ରାମରେ ଘର ଉଚ୍ଛେଦ ବେଳେ ଅଘଟଣ ଘଟିଛି । ଭୂମିହୀନ ବିପିନ ସେଠୀ ଙ୍କ ଦୋକାନ ଘରକୁ ଉଚ୍ଛେଦ କରୁଥିବା ଦେଖି ଆତ୍ମହତ୍ୟା ନିଷ୍ପତି ନେଇଛନ୍ତି ବିପିନ। ସରକାରୀ ଜାଗାରେ ଦୋକାନ କରି ୩୦ ବର୍ଷ ଧରି ପରିବାର ପୋସି ଆସୁଥିଲେ ବିପିନ। ସେହି ଦୋକାନ ଘରକୁ ଉଚ୍ଛେଦ ପାଇଁ ଯାଇଥିଲେ ବାଲିପାଟଣା ତହସିଲଦାର ଓ ଟିମ୍। ଯେସିବି ସାହାଯ୍ୟରେ ଆଜି କରୁଥିଲେ ଉଚ୍ଛେଦ। ଏହି ସମୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରି ବିସ୍ ପିଇ ଛନ୍ତି ବିପିନ। ତାଙ୍କୁ ସଙ୍ଗେ ସଙ୍ଗେ ଆଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଅବସ୍ଥା ଗୁରୁତର ଦେଖି କଟକ ବଡ଼ ମେଡ଼ିକାଲ କୁ ପଠାଇ ଦେଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହି ଘଟଣାରେ ଗ୍ରାମବାସୀ ମାଣିକପୁର ଗ୍ରାମ ରାସ୍ତାକୁ ଅବରୋଧ କରିଛନ୍ତି। ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
