ନିଆଳି: କଟକ ଜିଲ୍ଲା ଗ୍ରାମାଞ୍ଚଳ ଓଲଟପୁର ଥାନା ଅଧୀନ କବିତା କମ୍ପେ୍ଲକ୍ସରେ ଚାରି ମହଲା ଛାତରୁ ପଡି ମେଡିକାଲ ବୃତ୍ତିିରେ ଥିବା ଯୁବକଙ୍କ ମୃତ୍ୟୁ ।ମୃତ୍ୟୁ ଯୁବକ ହେଲେ ଆସାମର ରୋହନ କାକତି ବୟସ ୨୫ । ଏସବିନିରତାରରେ ଫିଜିଓ ଥେରାପି ବିଭାଗର ଇନଣ୍ଟନସିପରେ ପାଠ ସାରି ସ୍ଥାନୀୟ ଅଞ୍ଚଳରେ ରୋଗି ସେବା ଯୋଗାଇ ଦେଉଥିଲେ ।ନିଜ ଘରକୁ ଗତକାଲି ସେ ଫେରି କବିତା କମ୍ପେ୍ଲକ୍ସରେ ୩୧ ନମ୍ବର ରୁମର ଭଡା ଘରେ ରହିଥିଲେ ।ଆଜି ସକାଳୁ ମୃତ୍ୟୁ ଦେହ ରହୁଥିବା କୋଠା ପାଶ୍ୱରୁ ପୋଲିସ ଠାବ କରିଛି ।ଘର ମାଲିକ ବିଶ୍ୱଜତ ମହାନ୍ତି କହିଛନ୍ତି ଗତ ୧୫/୦୮/୨୦୨୫ ଠାରୁ ଆସାମ ଅଞ୍ଚଳର ରୋହନ କାକତି ଭଡାରେ ରହୁଥିଲେ ୧୦/୧୨ ଦିନ ତଳେ ସେ ତାଙ୍କ ଘରକୁ ଯାଇ ଗତକାଲି ଫେରିଥିଲେ ଗତକାଲି ରାତି ୧୦:୪୦ ମିନିଟ୍ ସୁଦ୍ଧା ସେ ଘରକୁ ଆସିଥିଲେ ।ମାତ୍ର ଆଜି ସକାଳୁ କେତେ ଜଣ ପିଲା କହିଥିଲେ ଯେ କେହି ଜଣେ ମରି ପଡିଛନ୍ତି । ସେ ତଳକୁ ଆସି ଦେଖିଲା ବେଳକୁ ତାଙ୍କ ୩୧ ନମ୍ବର ରୁମରେ ରହୁଥିବା ଯୁବକ ରୋହନର ମୃତ୍ୟୁ ଦେହ ବୋଲି ଜାଣିବା ପରେ ନିକଟସ୍ଥ ଓଲଟପୁର ଥାନାକୁ ଖବର ଦେଇଥିଲେ ରୁମ ଖୋଲି ଦେଖିଲା ବେଳକୁ ରୋହନଙ୍କ ବନ୍ଧୁ ତାଙ୍କ ରୁମରେ ଥିବା ଦେଖି ଘର ମାଲିକ ବାହାର ପଟୁ କବାଟ ଦେଇ ପରବର୍ତ୍ତୀ ସମୟରେ ପୋଲିସ ଜିମା ଦେଇଛନ୍ତି ।? ଏ ନେଇ ଘର ମାଲିକ ରୋହନଙ୍କ ପରିବାରଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି । ମୃତ୍ୟୁର କାରଣ ସମ୍ପର୍କରେ ମୁଁ ଜାଣିନାହିଁ ବୋଲି କହିଛନ୍ତି ।କଟକ ସଦର ଉପଖଣ୍ଡ ଅଧିକାରୀ ବିଜୟ କୁମାର ମଲ୍ଲିକ କହିଛନ୍ତି ‘ ଓଲଟପୁର ଥାନାକୁ ସୂଚନା ମିଳିଥିଲା ଜଣେ ଯୁବକ ମରି ପଡିଛନ୍ତି । ଓଲଟପୁର ଥାନା ପୋଲିସ ପହଞ୍ଚିମୃତ୍ୟୁ ଯୁବକଙ୍କ ପରିବାରଙ୍କ ସହିତ ଯୋଗାଯୋଗ ରହିଛି । ପରିବାର ଲୋକ ପହଞ୍ଚିଲେ ତଦନ୍ତ ଆଗକୁ ବଢିବ । ଏ ଘଟଣା ସମ୍ପର୍କରେ ତାଙ୍କ ନିକଟରେ ଥିବା ଯୁବକଙ୍କୁ ପଚରାଉଚରା ଜାରି ରହିଛି ।?କେଉଁ କାରଣରୁ ମୃତ୍ୟୁ ହୋଇଛି ଜଣାପଡିନାହିଁ ।ସାଇଣ୍ଟିପିକ ଟିମ ଦ୍ୱାରା ଘଟଣାର ତଦନ୍ତ ହେବ ।
