ପୁରୀ: ଆମୁ କେୟାର ଚାରିଟେବୁଲ ଟ୍ରଷ୍ଟ ମୋହନଜୀ ଓ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀଜଗନ୍ନାଥ ସେବା ସଂସ୍ଥାନଙ୍କ ମିଳିତ ଆନୁକୂଲ୍ଯରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଦଶବତାର ମଠ ପାଖରେ ମହାପ୍ରସାଦ ସେବା ଓ ଫାଷ୍ଟ ଏଡ୍ କେନ୍ଦ୍ର ଖୋଲି ରଥଯାତ୍ରୀ ଭକ୍ତ ମାନଙ୍କୁ ସେବା ଯୋଗାଉଛନ୍ତି । ମହାପ୍ରଭୁଙ୍କ ଚୁଡାଘଷା, ଦହିଭାତ, ଟଙ୍କତୋରାଣୀ, ମୋହନ ଭୋଗ ଆଦି ପ୍ରସାଦ ସକାଳ ଓ ସଂଧ୍ଯାରେ ଯୋଗାଉଛନ୍ତି । ସେହିପରି ଭକ୍ତ ମାନଙ୍କୁ ପ୍ରାଥମିକ ଚିକିତ୍ସା କରିବା ସହ ପେଟରୋଗ, ଛାଡାବାନ୍ତି, ଜ୍ୱର ପାଇଁ ପ୍ରାଥମିକ ଚିକିତ୍ସା କରି ଭକ୍ତ ମାନଙ୍କ ଆରୋଗ୍ଯ ଓ ସୁସ୍ଥ ପାଇଁ ସେବା ଡାକ୍ତରଙ୍କ ଦ୍ୱାରା କରାଯାଉଛି ।

ଭକ୍ତ ମାନେ ମହାପ୍ରଭୁଙ୍କ ପ୍ରସାଦ ପାଇବା ସହ ନିଜ ନିଜର ରୋଗ ନିରୂପଣ ପାଇଁ କେନ୍ଦ୍ରରେ ପରାମର୍ଶ ନେଇ ଔଷଧ ନେଉଛନ୍ତି । ଏହି ସେବାରେ ମନୋରଞ୍ଜନ ସାହୁ, ଶାରଦା ପ୍ରସନ୍ନ ସାହୁ, ମନସ୍ୱିନୀ, ପଲ୍ଲବୀ ବ୍ରହ୍ମା, ଡାକ୍ତର ଆଶୁତୋଷ ନାୟକ, ଦେବାଶିଷ ନାୟକ, ସଞ୍ଜୀବ ପ୍ରଧାନ, ତାପସୀ ମଲ୍ଲିକ, ଇଶିତା, ଉନ୍ନତି, ସୁନିଲ ପ୍ରମୁଖ ଭକ୍ତ ମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ଏହି ସେବା ଅନୁଷ୍ଠାନ ପକ୍ଷରୁ ୫ ବର୍ଷ ହେଲାଣି କରି ଆସୁଛନ୍ତି । ଭକ୍ତ ମାନେ ସେବା ପାଇଁ ଆନନ୍ଦିତ ହେବା ସହ ଅନୁଷ୍ଠାନକୁ ସାଧୁବାଦ ଜଣାଉଛନ୍ତି ।
