ବାଲିଗୁଡା: ଟ୍ରକ ଦୁର୍ଘଟଣା ରେ ଗୋଟିଏ ପରିବାର ର ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ବାଲିଗୁଡା ଥାନା ମହାସିଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣା ଘଟିଛି ।ସୂଚନା ଅନୁଯାୟୀ ଆଡିମାହା ପଞ୍ଚାୟତ ର ବାଡ଼ିପାଙ୍ଗା ଗାଁ ର ଗୋଟିଏ ପରିବାର ର ଦୁଇ ଭାଇ, ଭଉଣୀ ଓ ପିଉସୀ ଙ୍କ ସମେତ ଚାରି ଜଣ ଲେବର କାମ କରିବାକୁ ବାଇକ ରେ ମହାସିଙ୍ଗ ଗାଁ କୁ ଆସୁଥିଲେ ।ତେବେ ସବ ରୋଡ଼ ରୁ ଏନଏଚ ୫୯ ମୁଖ୍ୟ ରାସ୍ତା ପାର୍ଶ୍ୱ କୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ।ଦୂରରୁ ଟ୍ରକ ଡ୍ରାଇଭର ବାଇକ କୁ ରକ୍ଷା କରିବା ପାଇଁ ହଟାତ ବ୍ରେକ ମାରି କୋଡିଏ ଫୁଟ ପାଖାପାଖି ଘୋଷାଡ଼ି ହୋଇଥିଲେ ମଧ୍ୟ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ଚାରି ଜଣ ପରିବାର ସଦସ୍ୟ ଙ୍କ ଅବସ୍ଥା ଗୁରୁତର ଥିବା ରୁ ବାଲିଗୁଡା ମେଡିକାଲ ରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଟ୍ରକ ଓ ଡ୍ରାଇଭର କୁ ବାଲିଗୁଡା ଥାନା ରେ ଅଟକ ରଖିବା ସହ ପୋଲିସ ଅଧିକ ତଦନ୍ତଜାରୀ ରଖିଛି ।
