କଟକ : ଆଇ.ଏସ୍. ଚେସ ସେଣ୍ଟର ଏବଂ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଆନ୍ତର୍ଜାତୀୟ ଓପନ୍ ଫିଡ଼େ ରେଟିଂ ଚେସ୍ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହେବ । ପାଞ୍ଚଦିନ ବ୍ୟାପି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୯ ରାଉଣ୍ଡ ବିଶିଷ୍ଟ ହେବ, ଏଥିରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବା ସହ ୫୩ ଗୋଟି ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ।ଏହି ଟୁର୍ନାମେଣ୍ଟରେ ୭, ୯, ୧୧, ୧୩, ୧୫ ବୟସ ବର୍ଗରେ ୫ ଜଣ ଲେଖାଏଁ ଉଭୟ ବାଳକ ଓ ବାଳିକା ଙ୍କୁ ଟ୍ରଫି ପ୍ରଦାନ କରାଯିବ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଅନ୍ ରେଟେଡ୍ ଖେଳାଳୀମାନେ ନୂଆକରି ରେଟିଂ ପ୍ରାପ୍ତ କରିବାର ସହ ରେଟେଡ୍ ଖେଳାଳିମାନେ ନିଜରଅନ୍ତର୍ଜାତୟ ରେଟିଂ ବଢ଼ାଇବାର ମଧ୍ୟ ସୂଯୋଗ ରହିଛି ବୋଲି ଆଇଏସ୍. ଚେସ୍ ସେଣ୍ଟରର ସମ୍ପାଦକ ମାନସ ପାଣି ସୂଚନା ଦେଇଛନ୍ତି । ଚେସ୍ ଖେଳକୁ ରାଜ୍ୟରେ ଅଧିକ ଲୋକପ୍ରିୟ କରିବାରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ସମସ୍ତସହଯୋଗ କରିବ ବୋଲି ରାଜ୍ୟ ସମ୍ପାଦକ ଇଂ. ଦେବବ୍ରତ୍ଥଭଟ୍ଟ ପ୍ରକାଶ କରିଥିଲେ । କଟକ ରେ ଏଭଳି ଏକ ଅନ୍ତର୍ଜାତୀୟ ରେଟିଙ୍ଗ ଟୁର୍ଣ୍ଣାମେଣ୍ଟଆୟୋଜନ ହେଉଥିବାରୁ ବିଶେଷ କରି ଟୁଇନ ସିଟିର ଖେଳାଳୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି।ଆନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ମୁଖ୍ୟ ଆର୍ବିଟର ଭାବେ ମ୍ୟାଚ୍ ପରିଚାଳନା କରିବେ। ନାମ ପଞ୍ଜୀକରଣ ପାଇଁ ୯୪୩୭୨୦୮୮୬୪ ନମ୍ବରରେ ଯୋଗାଯୋଗ କରି ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିବାକୁ ଆୟୋଜକ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅସିତ୍ ମୁଖାର୍ଜୀ, ଧନଞ୍ଜୟ ସାବତ, ମନୋଜ ପତି,ଅମିୟ ରଞ୍ଜନ ରାଉତରାୟ,ଶଙ୍କର ରାଓ, ସୂର୍ଯ୍ୟକାନ୍ତ ବିଶୋଇ, ସଞ୍ଜୟ ଜେନା, ହିମାଂଶୁ ଷଡ଼ଙ୍ଗୀ , ସୋନାଲି ଦାସ, ଦେବ ରାୟ ଓ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
