ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା କେନ୍ଦ୍ରୀୟ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଟାର୍ଗେଟରେ ଚାନ୍ଦିନୀ ଚୌକ ସମେତ ସ୍ଥାନୀୟ ଅଞ୍ଚଳର ଏକ ପ୍ରମୁଖ ମନ୍ଦିର ରହିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଏକ ଆଇଇଡି ଆକ୍ରମଣ ଯୋଜନା କରୁଛି। ଫେବ୍ରୁଆରୀ ୬ ତାରିଖରେ ଇସଲାମାବାଦର ଏକ ମସଜିଦରେ ହୋଇଥିବା ବିସ୍ଫୋରଣ ଘଟଣାର ପ୍ରତିଶୋଧ ନେବାକୁ ଚାହୁଁଛି ଆତଙ୍କବାଦୀ ସଂଗଠନ। ଏଥିପାଇଁ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣର ଷଡ଼ଯନ୍ତ୍ର ଚାଲିଛି। ସତର୍କ ସୂଚନା ମିଳିବା ପରେ ଦିଲ୍ଲୀର ପ୍ରମୁଖ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସୂଚନା ଥାଉକି, ୨୦୨୫ ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଏକ ଭୟଙ୍କର କାର ବିସ୍ଫୋରଣର ତିନି ମାସ ପରେ ଏହି ଆତଙ୍କୀ ସତର୍କତା ଜାରି କରାଯାଇଛି।
।
