ଭୁବନେଶ୍ୱର(ବ୍ୟୁରୋ) : ରାଜ୍ୟ ବଜେଟ୍ ୨୦୨୬-୨୭ ଉପସ୍ଥାପିତ। ମୋଟ ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ପଞ୍ଚାୟତିରାଜ ବିଭାଗ ପାଇଁ ୩୪ ହଜାର ୧୧୪.୧୪ କୋଟି ଏବଂ ୧୦୦ଟି ମଡେଲ ମଣ୍ଡି ପାଇଁ ବ୍ୟବସ୍ଥା ହୋଇଛି। ଆହୁରି ମଧ୍ୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି , ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି , ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ହୋଇଛି। ବଜେଟରେ ଠଈ-ଏ ଜଇଗ ଏ ପାଇଁ ୫୫୭୫ କୋଟି ଟଙ୍କା , ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି -୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି ,ବିଶ୍ୱର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି , ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା ,ରାଜ୍ୟ ଇଓ ମିଶନ ପାଇଁ ୨୩ କୋଟି ଓ ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବଜେଟ୍ ଉପସ୍ଥାପନ ପୂର୍ବରୁ ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଆଜି ବିକାଶର ଏକ ସୁବର୍ଣ୍ଣ ଯୁଗ ଆଡ଼କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି। ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ମୁଣ୍ଡପିଛା ଆୟ ବୃଦ୍ଧି, ଶିଳ୍ପ, ସେବା ଓ ମହିଳା ଶ୍ରମଶକ୍ତିରେ ଅଭିବୃଦ୍ଧି ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଆଶାର ଏକ ନୂତନ ସନ୍ଦେଶ ଆଣିଛି। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ ବରଂ ସାଢ଼େ ୪କୋଟି ଓଡ଼ିଆଙ୍କ ସଂକଳ୍ପ ଓ ପରିଶ୍ରମର ପ୍ରତିଫଳନ।

ପୁରୀ ଐତିହ୍ୟର ପୁନରୁଦ୍ଧାର ପାଇଁ ୧୦୦୦ କୋଟ
ଗୃହରେ ବଜେଟ ଉପସ୍ଥାପନ ଆରମ୍ଭରୁ ବନ୍ଦେ ମାତରମ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ବଜେଟ ପେଡି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାର ବିକାଶଧାରାକୁ ଆଗକୁ ନେବା ପାଇଁ ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ବର୍ଷ ତୁଳନାରେ ଏହି ବଜେଟର ଆକାର ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ତ ମହିମାର ସଂରକ୍ଷଣ ଓ ସଂବର୍ଦ୍ଧନ ଆମର ପବିତ୍ର କର୍ତ୍ତବ୍ୟ। ଏହି ପ୍ରତିବଦ୍ଧତା ସହିତ ଆମ ସରକାର ପୁରୀରେ ପ୍ରାୟ ୧ ହଜାର କୋଟି ବ୍ୟୟ ଅଟକଳରେ ଏକ ବିଶ୍ୱସ୍ତରୀୟ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଏବଂ ଐତିହାସିକ ରଘୁନନ୍ଦନ ପାଠାଗାରର ଆଧ୍ୟାତ୍ମିକ ଗୌରବକୁ ପୁନରୁଦ୍ଧାର କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ପାଇଁ “ସମର୍ପଣ” ନାମରେ ଏକ ସୁରକ୍ଷିତ ଅନଲାଇନ ଦାନ ପ୍ଲାଟ ଫର୍ମ “ଡିଜିଟାଲ ହୁଣ୍ଡି” ପ୍ରଚଳନ ହେବ। ଏହି ପ୍ଲାଟଫର୍ମ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ ସହିତ ସମନ୍ନିତ ଏକ ଏକୀକୃତ ପ୍ରବେଶପଥ ମାଧ୍ୟମରେ ଭାରତ ତଥା ବିଦେଶର ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହିତ ସଂଯୋଗ କରିବ ।

‘ସୁଭଦ୍ରା ଯୋଜନା’ ପାଇଁ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ
ବଜେଟ-୨୦୨୬-୨୭ରେ ନାରୀ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାକୁ ସ୍ୱତନ୍ତ୍ର ଫୋକସ୍ ଦିଆ ଯାଇଛି। ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରେ ପ୍ରାୟ ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାସହ ବଜେଟ ଉପସ୍ଥାପନ ବେଳେ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ଯୋଜନାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆର୍ôଥକ ଦୁର୍ବଳ ଝିଅଙ୍କୁ ସ୍ନାତକ ପର୍ଯ୍ୟନ୍ତ ପଢ଼ାଇବାକୁ ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ। ସ୍ନାତକ ସମାପ୍ତ ପରେ ସେମାନଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ବଜେଟ୍ରେ ସୁଭଦ୍ରା ସୁରକ୍ଷା ଯୋଜନାକୁ ମଧ୍ୟ ଗୁରୁତ୍ତ୍ୱ ଦିଆଯାଇଛି। ଏହି ଯୋଜନା ପାଇଁ ୧୧୭ କୋଟି ଟଙ୍କାର ପ୍ରସ୍ତାବ ରହିଛି। ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି –ଆମ ସରକାର ସାର୍ବଜନୀନ ସୁରକ୍ଷା , ନ୍ୟାୟ ପ୍ରଦାନ ବ୍ୟବସ୍ଥା ଓ ସୁଶାସନକୁ ଶକ୍ତିଶାଳୀ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା-ଆଧାରିତ ଏବଂ ନାଗରିକ –କେନ୍ଦ୍ରିତ ସୁଧାରକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଜରୁରୀକାଳୀନ ପ୍ରତିକ୍ରିୟାକୁ ଆହୁରି ସୁଦୃଢ କରିବା ଏବଂ ପୁଲିସ , ଅଗ୍ନିଶମ ଏବଂ ଚିକିତ୍ସା ସେବାର ଦ୍ରୁତ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ଜରୁରୀକାଳୀନନ ପ୍ରତିକ୍ରିୟା ସହାୟତା ବ୍ୟବସ୍ଥା (ଇଆରଏସଏସ-ଡାଏଲ ୧୧୨ ପାଇଁ ୬୧ କୋଟି ଟଙ୍କାର ପ୍ରସ୍ତାବ ଦେଇଛନ୍ତି।

ପୁରୀରେ ୧୫ଶହ ଏକରରେ ହେବ ଶାମୁକା ପ୍ରକଳ୍ପ
ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ଆଣିବା ପାଇଁ, ପୁରୀରେ “ଶାମୁକା” ପ୍ରକଳ୍ପ ଏବଂ ହୀରାକୁଦକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଚିହ୍ନଟ କରାଯାଇଛି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ନୈସର୍ଗିକ ବେଳାଭୂମିର ଅନୁଭୂତି ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ଏକ ବିଶ୍ୱମାନର ଉପକୂଳ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ପରିଣତ କରିବା ପାଇଁ ପ୍ରାୟ ୧୫ ଶହ ଏକର ପରିମିତ ଅଞ୍ଚଳରେ “ଶାମୁକା ପ୍ରକଳ୍ପ”ର ପରିକଳ୍ପନା କରାଯାଇଛି । ଏହି ପ୍ରକଳ୍ପର ଅବସ୍ଥିତି ପୁରୀ ଏବଂ ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟବର୍ତ୍ତୀ ହୋଇଥିବାରୁ ଏହା ଜାତୀୟ ଓ ଆନ୍ତର୍ଜାତୀୟ ସଂଯୋଗକୁ ସୁନିଶ୍ଚିତ କରିବ ।ପୁରୀର ଶାମୁକାଠାରେ ପ୍ରସ୍ତାବିତ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଆଲୋଚନା, ନବ ସୃଜନ, ଗବେଷଣା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକଳାପ ପାଇଁ ଏକ ବିଶ୍ୱ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ଯାହା ଓଡ଼ିଶାର ଅନ୍ତର୍ଜାତୀୟ ସ୍ଥିତିକୁ ସୁଦୃଢ କରିବ ।ହୀରାକୁଦର ସମନ୍ୱିତ ପର୍ଯ୍ୟଟନ ବିକାଶର ଲକ୍ଷ୍ୟ ହେଉଛି ଡ୍ୟାମ୍ ଅଞ୍ଚଳ, ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦ୍ୱୀପ ସମୂହ ଏବଂ ଆଖପାଖ ଜିଲ୍ଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରି ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ମାଧ୍ୟମରେ ଏହି ଅଞ୍ଚଳକୁ ଏକ ସ୍ଥାୟୀ, ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳରେ ପରିଣତ କରିଥିବାôନିମିତ୍ତ ଜଳଭଣ୍ଡାରକ୍ଷେତ୍ର ବିକାଶ ପାଇଁ ୯୯ କୋଟି ଟଙ୍କା ପୂର୍ବରୁ ଅନୁମୋଦନ କରାଯାଇଛି ।
ବଜେଟରେ ଉଚ୍ଚଶିକ୍ଷା ପ୍ରତି ସରକାରଙ୍କ ଗୁରୁତ
ସମସ୍ତ ତମାମ ବିଭାଗ ଗୁଡ଼ିକ ମଧ୍ୟରୁ ଉଚ୍ଚଶିକ୍ଷା ମାଧ୍ୟମରେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ସେହିଭଳି ଉଚ୍ଚଶିକ୍ଷା ହାସଲରେ ସମାନ ସୁଯୋଗ ପାଇଁ “ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା”କୁ ଜାରି ରଖିବାକୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଇ-ମେଧାବୃତ୍ତି ଜରିଆରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ୧୫ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି। ସେହିପରି ବ୍ୟାସକବୀ ଫକୀର ମୋହନ ଛାତ୍ରବୃତ୍ତି ବୃଦ୍ଧି ଯୋଜନାରେ +୩ ଓଡ଼ିଆ ସମ୍ମାନ ପାଇଁ ଛାତ୍ର ପିଛା ୨୦ ହଜାର ଟଙ୍କା ବୃଦ୍ଧି ଏବଂ ସ୍ନାତକୋତ୍ତର ସ୍ତରରେ ୩୦ ହଜାର ଟଙ୍କା ବୃଦ୍ଧିର ବ୍ୟବସ୍ଥା ରହିଛି ।ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ ବିଦେଶରେ ସ୍ନାତକୋତ୍ତର ଏବଂ ଡକ୍ଟରାଲ ଅଧ୍ୟୟନ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ସହିତ ୫୦ ଜଣ ଅନୁସୂଚିତ ଜାତି/ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ପ୍ରଦାନ କରାଯିବ । ଏହା ବ୍ୟତୀତ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଅଧୀନରେ +୨ ପାସ୍ କରିଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ କିଣିବା ପାଇଁ ବାର୍ଷିକ ୩୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ଗୋପବନ୍ଧୁ ଜନ ଆରୋଗ୍ୟ, ଆୟୁଷ୍ମାନ ଭାରତ ପାଇଁ ୪୨୭୯ କୋଟ

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ଯାହା ବିଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ଅଧିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟକ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ର ସମନ୍ୱିତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଆମେ ବର୍ତ୍ତମାନ ୨୯ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟର ଏକ ଦେଶବ୍ୟାପୀ ନେଟୱାର୍କ ଜରିଆରେ ୧.୦୩ କୋଟି ପରିବାରର ପ୍ରାୟ ୩.୪୬ କୋଟି ବ୍ୟକ୍ତିଙ୍କୁ ସୁନିଶ୍ଚିତ ଏବଂ ନଗଦବିହୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛୁ । ବର୍ଷ ୨୦୨୬- ୨୭ ପାଇଁ ମୁଁ ଏହି ଯୋଜନା ଗୁଡିକ ନିମନ୍ତେ ୪ ହଜାର ୨ ଶହ ୭୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ କରୁଛି ।
ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟ
ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ ବଜେଟରେ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ଫୋକସ୍ କରିଛନ୍ତି । ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚାଷୀମାନଙ୍କ ଆର୍ôଥକ ସଶକ୍ତୀକରଣ ପାଇଁ ବ୍ୟାପକ ସହାୟତା ରାଶିର ବଜେଟରେ ବ୍ୟବସ୍ଥା ହୋଇଛି । କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ବଜେଟରେ ପୁଷ୍ଟିଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ରାଜ୍ୟର ପ୍ରତ୍ୟେକ କୃଷକ ଦ୍ଭ ପୃଷ୍ଠା-୧୫ ପରିବାରକୁ ଏକ ସମୃଦ୍ଧ ଓଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି ଟଙ୍କା, ସିଏମ୍ କିଷାନ ଯୋଜନାରେ ୨୦,୨୩୦ କୋଟି ଟଙ୍କା । କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପାଇଁ ୮୪୧ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରାଯାଇଛି ।
ସମୃଦ୍ଧ ଅଙ୍ଗନୱାଡି ଯୋଜନା” ପାଇଁ ୬ ଶହ ୩୫କୋଟ
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆମର ସମସ୍ତ ଚାଲୁ ରହିଥିବା ଯୋଜନା ବ୍ୟତୀତ, ମୁଁ ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ରକୁ ସମୟବଦ୍ଧ ଭିଭିରେ ସମ୍ପୂର୍ଣ୍ଣ କରିବା ପାଇଁ ଏକ ନୂତନ ଯୋଜନା “ସମୃଦ୍ଧ ଅଙ୍ଗନୱାଡି ଯୋଜନା” ପ୍ରସ୍ତାବ ଦେଉଛି । ଏହି ନୂତନ ଯୋଜନାରେ କ୍ରେଚ୍ ସୁବିଧା ବିନା ପ୍ରତି କେନ୍ଦ୍ର ପିଛା ୧୫ ଲକ୍ଷ ଟଙ୍କା ଏବଂ କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣକରାଯିବ । ଏହି ନୂଆ ଯୋଜନା ପାଇଁ ମୁଁ ୨୦୨୬-୨୭ଆର୍ôଥକ ବର୍ଷରେ ୬ ଶହ ୩୫ କୋଟି ଟଙ୍କାର ପ୍ରସ୍ତାବ ଦେଉଛି ।
‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟୟ ବରାଦ
ବଜେଟ୍ରେ ମାଣ୍ଡିଆ ଭଳି ଜଳବାୟୁ ସହନଶୀଳ ଏବଂ ପୁଷ୍ଟିକର ଶସ୍ୟକୁ ପୁନର୍ଜୀବିତ କରି ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୨୦୨୬- ୨୬ ଆର୍ôଥକ ବର୍ଷରେ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ଧାନ ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜଳବାୟୁ ସହନଶୀଳ କୃଷିକୁ ପ୍ରାଥମିକତା ଦେଇ ବିଭିନ୍ନ କିସମର ଡାଲି ,ତୈଳ ବୀଜ ଏବଂ ଦେଶୀ ସୁଗନ୍ଧିତ ଓ ଅଣସୁଗନ୍ଧିତ ଧାନ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ଏଥିପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ , ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୨୦୨୬-୨୭ ଆର୍ôଥକ ବର୍ଷରେ ମୋଟ ୪ ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।
