ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ହୁଡ଼ିସାହିର ଆଶିଷ କୁମାର ଦାସ ( ୨୦) ପିତା- ରଞ୍ଜନ ଦାସ ଏବଂ ମାର୍କେଟ ମୁସଲିମ ବସ୍ତିର ସର୍ଫରାଜ୍ ଆଲାମ୍ (୨୧) ପିତା ସ୍ୱର୍ଗତ ମକ୍ତବ୍ ଆଲାମ୍ କୁ ସାଇବର କ୍ରାଇମ ମାମଲାରେ ଯୋଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ସମୟରେ ଯୁବ ପିଢ଼ିକୁ ସହଜ ଉପାୟରେ ଅର୍ଥ ଉପାର୍ଜନ କରିବାର ପ୍ରଲୋଭନ ଦେଖାଇ ଦୂରଦୂରାନ୍ତ ରେ ରହି ସାଇବର ଅପରାଧି ମାନେ ଫୋନ୍ ଯୋଗେ ଯୋଗାଯୋଗ କରି ଗରିବ ନିରକ୍ଷର ଲୋକ ମାନଙ୍କ ର ବିଭିନ୍ନ ବ୍ୟାଙ୍କରେ ଖାତା ଖୋଲାଇ ତାଙ୍କର ପାସ୍ ବୁକ୍, ଏଟିମ୍ ଓ ଚେକ୍ ବୁକ୍ ନିଜ ଅକ୍ତିଆର ରେ ରଖୁଥିଲେ। କଲିକତାର ସାଇବର ଅପରାଧୀ ଗୌରବ କୁମାର ର ପ୍ରରୋଚନାରେ ଆଶିଷ ଲୋକ ମାନଙ୍କର ଆକାଉଣ୍ଟ ଖୋଲାଇ ସର୍ଫରାଜ୍ ମାଧ୍ୟମରେ ବସ୍ ରେ କଲିକତା ପଠାଉଥିଲେ। ଯାହାକି ଏହି ୨ଜଣ କଲିକତାରେ ଥିବା ବ୍ୟକ୍ତିର ପରିଚୟ ନଜାଣି ସମସ୍ତ ବ୍ୟାଙ୍କ କାଗଜ ଦେଉଥିଲେ, ଯାହା ମିୟୁଲ ଏକାଉଣ୍ଟ୍ ଭାବେ ବେବହାର ହେଉଥିଲା। ଏକାଉଣ୍ଟ ଧାରିଙ୍କୁ ୧୦୦୦ଦେଇ ଆଶିଷ ୬୦ରୁ ୭୦ହଜାର ନେ଼ଇ ଏହି ନେଟୱାର୍କ ଚଲାଇ ଅୟସ କରୁଥିଲା। କେନ୍ଦ୍ରୀୟ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କେନ୍ଦୁଝର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଯୋଡ଼ା ଆଇଆଇସି ପ୍ରଶାନ୍ତ କୁମାର ସାମଲ ଏକ ପ୍ରେସ ମିଟ୍ କରି ଦୁଇ ଅପରାଧୀ ଙ୍କ ଠାରୁ ୪ଟି ମୋବାଇଲ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରିବା ସହିତ ଅନ୍ୟ ଦୁଇଜଣ ଆକାଉଣ୍ଟ ଧାରୀଙ୍କୁ ଅଟକ ରଖିଥିବା ସୁଚନା ଦେଇଛନ୍ତି ତତ୍ ସହିତ ମୁଖ୍ୟ ଅଭିଯୁକ୍ତ କୁ ଧରିବା ପର୍ୟ୍ୟନ୍ତ ଏହି ଅଭିଯାନ ଚାଲୁ ରହିବ ବୋଲି ଗଣମାଧ୍ୟମକୁ କହିଛନ୍ତି।
