Oplus_131072
ରଘୁନାଥପୁର: ରଘୁନାଥପୁର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ରାଜସ୍ୱ ଗ୍ରାମ ବିଲସାହିରେ ବୁଧବାର ରାତିରେ ଚନ୍ଦ୍ରମଣି ସାହୁଙ୍କ ଗୁହାଳରେ କୌଣସି ପ୍ରକାରେ ନିଆଁଲାଗି ସମ୍ପୂର୍ଣ ପୋଡିଯିବା ସହ ୨ ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି।ସେମାନଙ୍କୁ ଉଦ୍ଧାର କରିବାକୁ ଆସି ପ୍ରଭାତୀ ସାହୁ ନାମ୍ନୀ ଜଣେ ବୃଦ୍ଧା ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।ଗୁହାଳରେ ଥିବା ଅନ୍ୟ ଗାଇଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେଥି ମଧ୍ୟରୁ ଗୋଟିଏ ଗାଈ ନିଆଁ ସଂସ୍ପର୍ଶରେ ଆସି ସାମାନ୍ୟ ଆହତ ହୋଇଛି।ରାତିରେ ପରିବାର ଲୋକେ ଘର ଭିତରେ ଥିବାବେଳେ ଗୁହାଳରେ କୌଣସି ପ୍ରକାରେ ନିଆଁଲାଗି ଯାଇଥିଲା।ନିଆଁ ଚାରିଆଡ଼େ ବ୍ୟାପୀ ଧୁଆଁ ଉପରକୁ ନିର୍ଗତ ହେବାପରେ ଘରଲୋକେ ଗୁହାଳରେ ନିଆଁ ଲାଗିଥିବା ଜାଣି ଦୋଉଡ଼ିଆସି ଲିଭାଇବାକୁ ଚେଷ୍ଟା କରିଥିଲେ।ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବାକି କାର୍ଯ୍ୟ ନିର୍ବାହ କରିଥିଲେ।ଗୁରୁବାର ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ ଡ଼ା ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ମୃତ ଗାଇର ପୋଷ୍ଟମଟମ କରିବା ସହ ଆହତ ଗାଇର ଚିକିତ୍ସା କରିଥିଲେ।
