ବେକାରୋ: ଝାଡ଼ଖଣ୍ଡର ବୋକାରୋରେ ଏକ ପାଞ୍ଚଟିକିଆ ହାତୀପଲ ଆତଙ୍କରାଜ ଚଳାଇଛନ୍ତି। ଗୋମିଆ ବ୍ଲକର ବାରକିପୁନ୍ନୁ ଗାଁରେ ହାତୀଙ୍କ ଆକ୍ରମଣରେ ପରିବାର ୩ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗ୍ରାମବାସୀଙ୍କ କହିବା ମୁତାବକ ଏକ ହାତୀପଲ ରାତି ୭ଟାରେ ଗ୍ରାମ ଭିତରେ ପ୍ରବେଶ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ହୋହଲ୍ଲା କରି ସେମାନଙ୍କୁ ଜଙ୍ଗଲକୁ ତଡ଼ି ଦେଇଥିଲେ। ତେବେ ହାତୀପଲ ପୁଣି ଭୋର ୩ଟାରେ ଗାଁରେ ପ୍ରବେଶ କରି ଆତଙ୍କରାଜ ଆରମ୍ଭ କଲେ। ହାତୀ କରମାଲି ପରିବାର ଘର ଭଙ୍ଗାରୁଜା କରିଥିଲେ। ପରିବାର ଲୋକ ଖସିଯିବାକୁ ଉଦ୍ୟମ କଲାବେଳେ ହାତୀପଲ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଙ୍କ ଦଳାଚକଟାରେ ପରିବାର ୩ଜଣଙ୍କ ଜୀବନ ଚାଲିଯାଇଥିଲା। ମୃତକମାନେ ହେଲେ ଗଙ୍ଗା କରମାଲି, କମଳା ଦେବୀ ଓ ଭାଗ୍ୟା ଦେବୀ। ଆକ୍ରମଣରେ ଅନ୍ୟ ୨ଜଣ ଆହତ ହୋଇଥିବା ବୋକାରୋ ଡିଭିଜିନାଲ ବନ ଅଧିକାରୀ ସନ୍ଦୀପ ସିନ୍ଦେ କହିଛନ୍ତି।
ଝାଡ଼ଖଣ୍ଡ: ହାତୀପଲ ନେଲେ ପରିବାରର ୩ ଜଣଙ୍କ ଜୀବନ















Leave a Reply