ସିଲଂ: ମେଘାଳୟର ପୂର୍ବ ଜୈନତିଆ ହିଲ୍ ଜିଲ୍ଲାରେ ଥିବା ଏକ ବେଆଇନ ଖେଣିରେ ଗୁରୁବାର ବିସ୍ଫୋରଣ ଘଟି ଅତିକମରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଖଣିରେ ଆଉ କିଛି ଶ୍ରମିକ ଫସି ରହିଥିବା ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ଖଣିରେ ଡିନାମାଇଟ୍ ବିସ୍ଫୋରଣ ଯୋଗୁଁଁ ଏପରି ଦୁର୍ଘଟଣା ଘଟିଥିଲା। ଜାତୀୟ ବିପର୍ଯ୍ୟୟ ମୋଚନ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ମୋଚନ ବାହିନୀ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି। ଖଣି ଖନନ ବେଆଇନ ଭାବେ ଚାଲୁ ରହିଥିଲା ବୋଲି ଜିଲ୍ଲା ଏସପି ବିକାଶ କୁମାର କହିଛନ୍ତି।
ବେଆଇନ କୋଇଲା ଖଣିରେ ବିସ୍ଫୋରଣ: ୧୬ ମୃତ















Leave a Reply