ତେହରାନ: ଶନିବାର ଦକ୍ଷିଣ ଇରାନରେ ଦୁଇଟି ପୃଥକ ପୃଥକ ବିସ୍ଫୋଣ ଘଟି ଅତିକମରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରଥମ ବିସ୍ଫୋରଟି ଖୁଜେସ୍ତାନରେ ଘଟିଥିଲା। ସେଠାରେ ଏକ ଗ୍ୟାସ୍ ବିସ୍ଫୋରଣ ଘଟି ୪ଜଣଙ୍କ ପ୍ରାଣହାନି ଘଟିଛି। ସେହିପରି ବନ୍ଦର ସହର ବନ୍ଦର ଆବାସରେ ଏକ ୮ ମହଲା ବିଶିଷ୍ଟ ଆବାସିକ କୋଠାରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ମୋଆଲେମ ବୋଉଲିଭରର୍ଡରେ ଘଟିଥିବା ଏହି ବିସ୍ଫୋରଣରେ କୋଠାର ଚଟାଣ ଓ ବହୁ ଗାଡ଼ି ସହ ଆଖପାଖର ବହୁ ଦୋକାନଘର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ହୋରମୋଜଗାନ ପ୍ରଦେଶ ସଂକଟ ପରିଚାଳନା ସଂସ୍ଥା ମୁଖ୍ୟ ମେହରଦାଦ ହାସାନଜାଦେ କହିଛନ୍ତି, ବିସ୍ଫୋରଣ ନେଇ ତଦନ୍ତ ଚାଲୁରହିଛି।
ଇରାନରେ ବିସ୍ଫୋରଣ; ୪ ମୃତ, ୧୨ ଆହତ















Leave a Reply