ସୁନେତ୍ରାଙ୍କୁ ଅବକାରୀ, କ୍ରୀଡ଼ା ଓ ସଂଖ୍ୟାଲଘୁ ବିକାଶ ବିଭାଗ, ଅର୍ଥ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଫଡନଭିସ୍

Spread the love

ବମ୍ବେ: ବିଜେପି ନେତୃତ୍ୱାଧୀନ ମହାୟୁତି ସରକାରରେ ଶନିବାର ଦିବଂଗତ ଏନସିପି ନେତା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମନ୍ତ୍ରିମଣ୍ଡଳରେ ସାମାନ୍ୟ ଅଦଳବଦଳ ହୋଇଛି। ସୁନେତ୍ରାଙ୍କୁ ଅବକାରୀ, କ୍ରୀଡ଼ା ଓ ସଂଖ୍ୟାଲଘୁ ବିକାଶ ବିଭାଗ ମିଳିଛି। ପୂର୍ବରୁ ତାଙ୍କ ସ୍ୱାମୀ ଅଜିତ ପାୱାରଙ୍କ ନିକଟରେ ଏହି ସବୁ ବିଭାଗ ରହିଥିଲା। ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଓ ଯୋଜନା ବିଭାଗ ରଖିପାରନ୍ତି ବୋଲି ଆଲୋଚନା ହୋଉଛି। ସେହି ହିସାବରେ ଆସନ୍ତା ବଜେଟ୍ ମୁଖ୍ୟମନ୍ତ୍ରୀ ଫଡନଭିସ୍ ଉପସ୍ଥାପନ କରିବେ। ପୂର୍ବରୁ ଅର୍ଥ ବିଭାଗ ଅଜିତ ପାୱାରଙ୍କ ନିକଟରେ ରହିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!