ମେକ୍ସିକୋ ସିଟି: କେନ୍ଦ୍ରୀୟ ମେକ୍ସିକୋର ଏକ ଫୁଟବଲ ପଡ଼ିଆରେ ରବିବାର ଦୁର୍ବୃତ୍ତମାନେ ଦେଖାଣାହାରୀଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିବାରୁ ଅତିକମ୍ରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସଲାମାଙ୍କ ମେୟର ସିଜର ପ୍ରିଏଟୋ ଏ ସଂକ୍ରାନ୍ତରେ ସୋସିଆଲମିଡିଆରେ ଏକ ବିବୃତି ରଖିଛନ୍ତି, ସେ କହିଛନ୍ତି ଅଜଣା ବନ୍ଧୁକଧାରୀମାନେ ଖେଳ ଶେଷ ବେଳକୁ ପଡ଼ିଆରେ ପହଞ୍ଚିଥିଲେ। ଏହାପରେ ଅନ୍ଧାଧୁନିଆ ଗୁଳିମାଡ଼ କରିଥିଲେ। ଯେଉଁଥିରେ ଘଟଣାସ୍ଥଳରେ ୧୦ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ନାବାଳକ ରହିଛନ୍ତି। ଏହି ଘଟଣା ମେକ୍ସିକୋରେ ଚାଲିଥିବା ଅପରାଧର ଅଂଶବିଶେଷ। ମେକ୍ସିକୋରେ ଗୁଆନଜୁଆଟୋର ପ୍ରୋସେକ୍ୟୁଟରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଘଟଣାର ତଦନ୍ତ ଚାଲିଛି। ଏବଂ ଫେଡେରାଲ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରାଯାଇଛି।
ଫୁଟବଲ ପଡ଼ିଆରେ ଆଖିବୁଜା ଗୁଳିମାଡ଼; ୧୧ ମୃତ, ୧୨ ଆହତ













Leave a Reply