ପୁରୀ: ପୁରୀରେ ହତ୍ୟାକାଣ୍ଡ। ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଘଟିଛି ଏଭଳି ଘଟଣା। ମୃତ ବ୍ୟକ୍ତିଙ୍କ ନାମ ଟୁକୁ ଓ ସେ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ସେ ପୁରୀରେ ରହୁଥିବା ବେଳେ ଏସସିଏସ୍ କଲେଜ ନିକଟରେ ଥିବା ଗାୟତ୍ରୀ ହୋଟେଲରେ କାର୍ଯ୍ୟ କରୁଥିଲେ । ମୃତ ବ୍ୟକ୍ତିର ପେଟ ଓ ଅନ୍ୟାନ୍ୟ ଜାଗାରେ ଆଘାତ ରହିଥିବା ଦେଖାଯାଇଛି। ତେବେ ହତ୍ୟାକାଣ୍ଡ କିଏ ଏବଂ କେଉଁ କାରଣ ଯୋଗୁଁ କରିଛି, ତାହା ଜଣା ପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ପୁରୀ ଏସ୍ପି ଓ ଟାଉନ ଥାନା ପୋଲିସ ପହଞ୍ଚି ଅନୁସନ୍ଧାନ କରିଥିଲେ।
ହୋଟେଲ କର୍ମଚାରୀଙ୍କୁ ହତ୍ୟା















Leave a Reply