ଟିଏମସି ସାଂସଦ ଓ ବିଧାୟକମାନେ ସକ୍ରିୟ ରହିବାକୁୁ ନିର୍ଦ୍ଦେଶ

Spread the love

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ରଣକୌଶଳ ସ୍ଥିର କରୁଛନ୍ତି। ଏତିକି ବେଳେ ଶାସକ ତୃଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ସଚିବ ଅଭିଷେକ ବାନାର୍ଜୀ ଦଳର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ନିର୍ଦ୍ଦେଶନାମା ଜାରି କରି ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବାକୁ କହିଛନ୍ତି। ଜାନୁଆରୀ ୨୭ ତାରିଖରୁ ସାଂସଦ ଓ ବିଧାୟକମାନେ ନିର୍ବାଚନ ମଣ୍ଡଳୀର ସମସ୍ତ ତଥ୍ୟ ନିୟମିତ ଭାବେ ଦଳର ନେତୃତ୍ୱଙ୍କୁ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦଳର ନେତାମାନଙ୍କ ସହ ଏକ ରୁଦ୍ଧଦ୍ୱାର ଆଭାସୀ ବୈଠକରେ ଶ୍ରୀ ବାନାର୍ଜୀ କହିଛନ୍ତି ନେତାମାନେ ପ୍ରତ୍ୟେକ ବୁଥ୍‌ରେ ବୁଥ୍ ରକ୍ଷା କମିଟି ଗଠନ କରନ୍ତୁ। କାରଣ ବିଜେପି ଏସଆଇଆର ମାଧ୍ୟମରେ ପ୍ରକୃତ ଭୋଟରମାନଙ୍କ ନାମ କାଟି ଦେଇପାରେ। ଏ ସଂକ୍ରାନ୍ତରେ ଟିଏମସିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!