ସିଡ୍ନୀ: ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ରାଜ୍ୟର ଏକ ଛୋଟ ସହର ଲେକ୍ କାର୍ଗିଲିଗୋରେ ଗୁରୁବାର ସକାଳେ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ଫେରାର ରହିଛି। ପୋଲିସ ଅନୁସନ୍ଧାନ ଜାରି ରଖିଛି। ଆକ୍ରମଣର କାରଣ ହଠାତ୍ ସ୍ପଷ୍ଟ ହୋଇ ନଥିବା ବେଳେ ଏହା ଏକ ଘରୋଇ ହିଂସା ବୋଲି ପୋଲିସ ସନ୍ଦେହ କରିଛି। ମିଳିଥିବା ସୂଚନା ମୁତାବକ ବନ୍ଧୁକଧାରୀ ଜଣକ ହଠାତ୍ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ। ଯିଏକି ତାଙ୍କ ପୂର୍ବ ଜୀବନସାଥୀ ଥିଲେ ବୋଲି କୁହାଯାଉଛି। ଏହାପରେ ବ୍ୟକ୍ତି ଜଣକ ସହରର ଆଉ ଏକ ଘରକୁ ଯାଇ ତାଙ୍କ ପୂର୍ବ ପରିଚିତ ଜଣେ ମହିଳାଙ୍କ ସମେତ ଅନ୍ୟ ଜଣଙ୍କ ଉପରେ ଗୁଳିମାଡ଼ଥିଲା। ପୋଲିସ ସ୍ଥାନୀୟ ବାସିନ୍ଦାଙ୍କୁ ଘର ନ ବାହାରିବା ପାଇଁ ପରାମର୍ଶ ଦେଇଛି।
ନ୍ୟୁ ସାଉଥ୍ ୱେଲ୍ସରେ ଗୁୂଳିମାଡ଼; ୨ ମହିଳାଙ୍କ ସମେତ ୩ ମୃତ













Leave a Reply