ଜମ୍ମୁ ଓ କାଶ୍ମୀରରେ ଖାଇକୁ ଖସିଲା ସାମରିକ ଗାଡ଼ି; ୧୦ ଯବାନ ମୃତ

Spread the love

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଡୋଡ଼ା ଜିଲ୍ଲାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୦ଜଣ ଯବାନଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୫ଜଣ ଯବାନ ଆହତ ହୋଇଛନ୍ତି। ଡୋଡା ଜିଲ୍ଲାର ଭଦରୱା-ଛାମ୍ବା ଆନ୍ତଃରାଜ୍ୟ ସଡ଼କ ପଥର ୯ହଜାର ଫୁଟ ଖାନ୍ନି ଘାଟିରେ ଏକଭି ଦୁର୍ଘଟଣା ଘଟିଛି। ୧୭ଜଣ ଯବାନଙ୍କୁ ନେଇ ଯାଉଥିବା ବୁଲେଟ୍‌ପ୍ରୁଫ୍ ସାମରିକ ଗାଡ଼ିଟି ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଏହା ୨୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା। ଖବର ପାଇ ଯବାନ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଥିବ ବେଳେ ଅନ୍ୟ ୧୧ଜଣ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଗୁରୁତର ୬ଜଣଙ୍କ ପ୍ରାଣହାନି ଘଟିଥିଲା ବୋଲି ଭଦରୱା ଅତିରିକ୍ତ ଉପ ଆୟୁକ୍ତ ସୁମିତ କୁମାର ଭୂତ୍ୟାଲ ଗଣମାଧ୍ୟମକୁ କହିଛନ୍ତି।

ଜମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ସାମରିକ ଗାଡ଼ି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେଇଛି।

Leave a Reply

Your email address will not be published. Required fields are marked *

error: Content is protected !!