ପଶ୍ଚିମବଙ୍ଗ: କଂଗ୍ରେସ ଏକାକୀ ଲଢ଼ିପାରେ ବିଧାନସଭା ନିର୍ବାଚନ

Spread the love

ନୂଆଦିଲ୍ଲୀ: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ ଥର କଂଗ୍ରେସ ବାମପନ୍ଥୀ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ହେଲେ ଏଥର ତାହା ଦେଖିବାକୁ ମିଳିବନି ବୋଲି ଆଲୋଚନା ହେଉଛି। ଅର୍ଥାତ୍ ଏଥର କଂଗ୍ରେସ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିପାରେ ବୋଲି କୁହାଯାଉଛି। କାରଣ ଆଜି ପର୍ଯ୍ୟନ୍ତ ବାମପନ୍ଥୀ ଦଳ ସହ କଂଗ୍ରେସ ଏ ସଂକ୍ରାନ୍ତରେ ପଦୁଟିଏ ବି ଆଲୋଚନା କରିନାହିଁ। ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସର ଆଭିମୁଖ୍ୟ ଏ ଯାଏ ସ୍ପଷ୍ଟ ହୋଇନାହିଁ। ତେବେ ରାଜ୍ୟ କଂଗ୍ରେସର କେତେକ ନେତାଙ୍କ ମତ ଦଳ ଏକାକୀ ଲଢୁ। ସେମାନେ ଦର୍ଶାଇଛନ୍ତି ଯେ ବହୁ ବର୍ଷ ଧରି ମେଣ୍ଟ କରି ନିର୍ବାଚନ ଲଢ଼ିବା ଦ୍ୱାରା କଂଗ୍ରେସ ସ୍ଥିତି ଦୁର୍ବଳ ହୋଇପଡୁଛି। କଂଗ୍ରେସ ମେଣ୍ଟ ଯୋଗୁ ଉଧେଇ ପାରୁନାହିଁ। ଗତ ନିର୍ବାଚନରେ ବାମ-କଂଗ୍ରେସ-ଭାରତୀୟ ଧର୍ମ ନିରପେକ୍ଷ ସାମ୍ମୁଖ୍ୟ(ଆଇଏସ୍‌ଏଫ) ଖୁବ୍ ଦୁର୍ବଳ ପ୍ରଦର୍ଶନ କରିଥିଲା। ମେଣ୍ଟ ମାତ୍ର ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା।, ଯାହା ବର୍ଷ ବର୍ଷ ଧରି କଂଗ୍ରେସ ଓ ବାମପନ୍ଥୀ ଅକ୍ତିଆରରେ ରହିଥିଲା। କଂଗ୍ରେସ ଚଳିତ ମାସରେ ପଶ୍ଚିମବଙ୍ଗ ପାଇଁ ବିକେ ହରିପ୍ରସାଦଙ୍କୁ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛି। ରାଜ୍ୟରେ ଏସଆଇଆର ଓ ଆଇପାକ୍ କାର୍ଯ୍ୟାଳୟରେ ଇଡି ଚଢ଼ାଉକୁ କେନ୍ଦ୍ର କରି ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍ ବିତଣ୍ଡା ରାଜନୈତିକ ବାତାବରଣକୁ ଅଧିକ ଉଷ୍ମ କରିଛି। ତେବେ ଯାହା ହେଉ କଂଗ୍ରେସ ବିଧାନସଭା ନିିର୍ବାଚନରେ ପୂର୍ବଭଳି ମେଣ୍ଟଣ୍ଟ କରିବ ନା ଏକାକୀ ଲଢ଼ିବ, ତାହା ଆଗାମୀ କିଛିଦିନ ମଧ୍ୟରେ ଜଣାପଡ଼ିଯିବ।

Leave a Reply

Your email address will not be published. Required fields are marked *

error: Content is protected !!