ପଶ୍ଚିମବଙ୍ଗରେ ନାବାଳିକାକୁ ଗଣଦୁଷ୍କର୍ମ; ୨ ଗିରଫ

Spread the love

କୋଲକାତା : ପଶ୍ଚିମବଙ୍ଗର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ହୁଗୁଳି ଜିଲ୍ଲାର ପରିିତ୍ୟକ୍ତ ହିନ୍ଦ୍‌ମୋଟର ଫ୍ୟାକ୍ଟେରୀ ପରିସରରେ ଏପରି ଲଜ୍ଜାଜନକ ଘଟଣା ଘଟିଛି। ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ତା’ର ଜଣେ ସାଙ୍ଗକୁ ଗିରଫ କରିଛି। ସେମାନଙ୍କ ବିରୋଧରେ ପକ୍ସୋ ଦଫାରେ ମାମଲା ରୁଜୁ କରିବା ସହ ବୟାନ ରେକର୍ଡ କରାଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଜଣେ ୧୬ ବର୍ଷୀୟ ନାବାଳିକାକୁ ସାଙ୍ଗରେ ଧରି ଗୁରୁବାର ରାତିରେ ବନ୍ଦ ରହିଥିବା ଉକ୍ତ ଫ୍ୟାକ୍ଟେରୀ ଭିତରେ ପ୍ରବେଶ କରିଥିଲା। ଏହାପରେ ଅଭିଯୁକ୍ତ ଜଣକ ନିଜର ସହଯୋଗୀଙ୍କ ସହ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିଲେ। ଗିରଫ ହୋଇଥିବା ଦୀପଙ୍କର ଅଧିକାରୀ ନାମକ ଜଣେ ଅଭିଯୁକ୍ତ ଶାସକ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ଯୁବନେତା ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଜ୍ୟ ବିଜେପି ବିଧାୟକ ଅଗ୍ନିମିତ୍ର ପଲ୍ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବେଳେ ମହିଳାମାନେ ଅସୁରକ୍ଷିତ ରହିବା ଦୁର୍ଭାଗ୍ୟଜନକ। ଏଥି ସହ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!