ରାୟପୁର: ଛତିଶଗଡ଼ର କୋର୍ବା ଜିଲ୍ଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁୁଷ୍କର୍ମ କରାଯାଇଛି। ଏହି ଘଟଣାରେ ପୋଲିସ୍ ଏମରଜେନ୍ସି ରେସପନର୍ସ ସର୍ଭିସ୍ ଗାଡ଼ିର ଡ୍ରାଇଭରଙ୍କ ସମେତ ୫ଜଣ ଜଡ଼ିତ ରହିଥିବା ଶନିବାର ଦିନ ପୋଲିସ କହିଛି। ଜାନୁଆରୀ ୮ ତାରିଖ ଦିନ ବାଙ୍କିମୋଙ୍ଗରା ପୋଲିସ ଥାନା ଅଂଚଳରେ ଏହି ଘଟଣା ଘଟିଛି। ପୋଲିସ କହିଛି ଯେ, ପୀଡ଼ିତାଙ୍କୁ ସହ ପରିଚିତ ଜଣେ ଅଭିିଯୁକ୍ତ ତାଙ୍କୁ ଏକ ନିକାଂଚନ ସ୍ଥାନକୁ ଡାକିଥିଲେ। ଏହା ପରେ ଡାଏଲ ୧୧୨ ଗାଡ଼ିର ଡ୍ରାଇଭରଙ୍କ ସହ ଅନ୍ୟ ୪ଜଣ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ନିଜର ଯୌନ ଲାଳସା ମେଂଟାଇବା ପରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଘଟଣା ସ୍ଥଳରେ ଛାଡ଼ି ପଳାଇଥିଲେ। କୌଣସି ଉପାୟରେ ପୀଡ଼ିତାଜଣକ ସେଠାରୁ ଆସି ଘରେ ସବୁ କଥା ପ୍ରକାଶ କରିଥିଲେ। ଏହା ପରେ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲା ଏସ୍ପି ସିଦ୍ଧାର୍ଥ ତିୱାରୀଙ୍କ ସୂଚନା ମୁତାବକ ଏହି ଘଟଣାରେ ଡାଏଲ ୧୧୨ ଗାଡ଼ିର ଡ୍ରାଇଭରଙ୍କ ସହ ୨ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଚଳାଇଛି।
ଛତିଶଗଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ; ପୋଲିସ ଡ୍ରାଇଭରଙ୍କ ସମେତ ୨ ଅଟକ













Leave a Reply