ରାଉରକେଲାରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ୬ ଆହତ

Spread the love

ଭୁବନେଶ୍ୱର/ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଯାତ୍ରା କରୁଥିବା ଏକ ଘରୋଇ ଛୋଟ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୬ଜଣ ସାମାନ୍ୟ ଆହତ ହୋଇଛନ୍ତି। ଶନିବାର ଦିନ ରାଉରକେଲାଠାରୁ ୧୦ କିମି ଦୂର ଜଲଦାଠାରେ ଏହି ଦୁର୍ଘଟଣା ଘଟିଛି। ଜଣାପଡ଼ିଛି ଯେ, ଏ-୧ ନଅ ଶଯ୍ୟା ବିଶିଷ୍ଟ ବିମାନଟିରେ ୪ଜଣ ଯାତ୍ରୀ ଓ ୨ ଜଣ ବିମାନ ଚାଳକ ଥିଲେ। ବିମାନଟି ଅବତରଣ ସମୟରେ ବୈଷୟିକ ତ୍ରୁଟି କାରଣରୁ ଏପରି ଦୁର୍ଘଟଣାକୁ ସାମନା କରିଛି। ରାଉରକେଲା ଏସ୍‌ପି ନୀତେଶ ୱାଧାୱାନୀ କହିଛନ୍ତି ଯେ, କ୍ୟାପଟେନ୍ ନବୀନ ଓ କ୍ୟାପଟେନ୍ ତରୁଣ ବିମାନ ଚାଳନା କରୁଥିଲେ। ଆହତମାନଙ୍କୁୁ ତୁରନ୍ତ ଊଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!