ଭୁବନେଶ୍ୱର(ବ୍ୟୁରୋ): ଜଙ୍ଗଲ ବାବୁଙ୍କ ଅଚଳାଚଳ ସମ୍ପତ୍ତି। ପର ପୀଢି ପାଇଁ ସଞ୍ଚିଥିଲେ ଧନ। ଆଖି ପକାଇଦେଲା ଭିଜିଲାନ୍ସ। ଶୁକ୍ରବାର ସକାଳେ ଭିଜିଲାନ୍ସ ଟିମ୍ କୋରାପୁଟ ଫରେଷ୍ଟ ଡିଭିଜନର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରେ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ଜଗତସିଂହପୁର ଏବଂ କୋରାପୁଟ ଜିଲ୍ଲା ସ୍ଥିତ ନିରଞ୍ଜନଙ୍କ ୫ଟି ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ଫରେଷ୍ଟରଙ୍କ ୭ଟି ଦାମୀ ପ୍ଲଟ୍ ଠାବ ହୋଇଛି। ଏହା ସହ ନିରଞ୍ଜନଙ୍କ ଘରୁ ୧ କିଲୋ ସୁନା ଓ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଜବତ ହୋଇଛି। ସୂଚନାନୁଯାୟୀ, ନିରଞ୍ଜନଙ୍କର ଭୁବନେଶ୍ୱର ଝାରପଡ଼ା ସ୍ଥିତ ୨ଟି ତିନି ମହଲା କୋଠା ରହିଛି। ସେମିଳିଗୁଡ଼ାରେ ଏକ କୋଠା ରହିଛି। ନିରଞ୍ଜନଙ୍କର ମୋଟ ୭ଟି ପ୍ଲଟ୍ ରହିଛି। ଏଥିରୁ ଭୁବନେଶ୍ୱରର ପ୍ରାଇମ୍ ଲୋକେସନରେ ୨ଟି ପ୍ଲଟ୍, ଜଗତସିଂହପୁର ସହରରେ ୪ଟି ଏବଂ ସେମିଳିଗୁଡ଼ାରେ ଗୋଟିଏ ପ୍ଲଟ୍ ରହିଛି। ଏହା ସହ ନିରଞ୍ଜନଙ୍କ ଘରୁ ଏକ କିଲୋର ସୁନାଗହଣା, ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା, ବିଦେଶୀ କରେନ୍ସି, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଚାରି ଚକିଆ ଗାଡି, ୩ଟି ଦୁଇ ଚକିଆ ଗାଡି ଠାବ ହୋଇଛି। ଭିଜିଲାନ୍ସ ଏବେ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟାୟନ କରୁଛି।
କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରେ ଭିଜିଲାନ୍ସ ରେଡକୋଟି କୋଟି ଟଙ୍କାର ସମ୍ପତ୍ତି ଠାବମିଳିଲା ୧ କିଲୋ ସୁନା













Leave a Reply