କଟକ(ବ୍ୟୁରୋ) ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ। ମହମ୍ମଦ ମୋକିମ୍ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ଆବେଦନ କରିଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସରୁ ବହିଷ୍କାର ଲାଗି ଅନୁମୋଦନ କରିଛି। ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ମୋକିମ୍। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଚିଠି ଜରିଆରେ ସୂଚନା ଦେଇଛନ୍ତି। କଂଗ୍ରେସରୁ ବିଦା ହେବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍। ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁଁ ଖୁସି। ମୋର ବିଚାରଧାରା କଂଗ୍ରେସ ସହ ଅଛି। ରାହୁଲ ଭୁଲ୍ କଲେ ବି କହିବାର ଅଧିକାର ଅଛି। ମୁଁ କିଛି ଭୁଲ କରିନି। ଯାହା କରିଛି ସେଥିଲାଗି ଅନୁତାପ କରୁନି। ସମର୍ଥକ, ଶୁଭେଚ୍ଛୁ ଓ ପରାମର୍ଶଦାତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବି। ଏକ ସାମ୍ବାଦିକ ସମ୍ମିଳନୀରେ ମହମ୍ମଦ ମୋକିମ୍ ଆହୁରି କହିଛନ୍ତି, ମୁଁ କାହାକୁ ଡରି ଚିଠି ଲେଖିନଥିଲି। ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ଏନେଇ ମୁଁ ଅଧିକ କିଛି କହିବାକୁ ଚାହୁଁନାହିଁ। ମୁଁ ୨୪ ଘ ରାଜ୍ୟ ଓ ଜାତୀୟ ଗଣମାଧ୍ୟମ ଗୁରୁତ୍ୱର ସହ ନେଇଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ। ସୋଫିଆ କଂଗ୍ରେସର ବିଧାୟକ ଅଛନ୍ତି। ସେ ନିଜେ ନିଷ୍ପତ୍ତି ନେବେ। ମୋତେ କିଛି ଦିନ ସମୟ ଦିଅନ୍ତୁ, ମୁଁ ଆଗକୁ କେଉଁ ଦଳରେ ଯୋଗ ଦେବି, ସେନେଇ ଆପଣଙ୍କୁ ଜଣାଇବି। ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ। ମହମ୍ମଦ ମୋକିମ୍ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ଆବେଦନ କରିଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସରୁ ବହିଷ୍କାର ଲାଗି ଅନୁମୋଦନ କରିଛି। ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ମୋକିମ୍। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଚିଠି ଜରିଆରେ ସୂଚନା ଦେଇଛନ୍ତି।
ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ













Leave a Reply