ନୀଳଗିରି: ଜଳିଗଲା ଦୁଇବଖରା ଘର।ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ତେନ୍ତୁଳାପଡା ଗ୍ରାମର ଲେଙ୍କା ସିଂଙ୍କ ଦୁଇବଖରା ଘର ଆଜି ହଠାତ ନିଆଁ ଲାଗି ଯାଇଥିଲା।ପ୍ରବଳ ଗ୍ରୀଷ୍ମକାରଣରୁ ନିଆଁକୁ ଆୟତ୍ତକରିବା କଷ୍ଟକର ହୋଇଯାଇଥିଲା।କ୍ଷଣିକ ମଧ୍ୟରେ ସବୁ ଆସବାପତ୍ର,ଧାନ,ଚାଉଳ ଓ ସାଇକେଲ ପୋଡି ପାଉଁଶ ହୋଇଯାଇଛି।ଦମକଳବାହିନୀ ଯାଇ ନିଆଁକୁ ଆୟତ୍ତକରିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା। ତେବେ ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି।
