ଛତ୍ରପୁର : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ ହେଉଛି ଅଗ୍ନିଶ୍ରମ ସେବା ସପ୍ତାହ କ୍ଷ ଏପ୍ରିଲ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଏହା ପାଳନ କରାଯାଉଛି । ୧୯୪୪ ମସିହା ମୁମ୍ବାଇ ବନ୍ଦରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଶହୀଦ ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ମୁତି ଚାରଣ କରିବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ଅଗ୍ନି ସୁରକ୍ଷା ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ସପ୍ତାହର ମୂଳ ଲକ୍ଷ୍ୟ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷର ମିଳିତ ଅନୁକୂଲ୍ୟରେ ଗୋପାଳପୂର ବନ୍ଦର ରେ ଜାହାଜ ଭିତରେ ନିଆଁ ଲାଗିଲେ କିପରି ସୁରକ୍ଷିତ ଭାବେ ଲୋକ ଙ୍କୁ ଉଦ୍ଧାର କରାଯାଇପାରିବ ସେନେଇ ମକ ଡ୍ରିଲ କରାଯାଇଥିଲା କ୍ଷ ଗୋପାଳପୂର ବନ୍ଦରରେ ଏକ ଜାହାଜ ରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା ।
ଜାହାଜରେ ନିଆଁ ଲାଗିବା ପରେ ଏକ ସାଇରନ ବାଜିଥିଲା କ୍ଷ ସାଇରନ ଶୁଣି ବନ୍ଦର କର୍ତୃପକ୍ଷ ବନ୍ଦର ସୁରକ୍ଷା କର୍ମୀ ଏବଂ ଛତ୍ରପୁର ଅଗ୍ନିଶମ ବିଭାଗ ଙ୍କୁ ଅବଗତ କରାଇଥିଲେ । ତୁରନ୍ତ ସେଠାରେ ୪ଟିମ ପହଁଚି ରେସ୍କୁ ଅପରେସନ ଆରମ୍ଭ କରିଥିଲେ । ନିଆଁ ଲିଭେଇବା ସହ ନିଆଁ କୁ ଆୟତ କରିଥିଲେ ଜାହାଜରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ କ୍ଷ ଏପରିକି ଜାହାଜ ଭିତରୁ ନିଆଁ ଲାଗିଥିବା ଗ୍ୟାସ କୁ ବାହାର କରିଥିଲେ । ସମୁଦ୍ର ପାଣିରେ ପଡ଼ିଥିବା ଲୋକଙ୍କୁ ମଧ୍ୟ୍ୟ ଉଦ୍ଧାର କରା ଯାଇଥିଲା ଏହି ଅପରେସନ ଆନୁମାନିକ ୪୦ ମିନିଟ ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅଗ୍ନିଶ୍ରମ ବିଭାଗର ଦକ୍ଷିଣାଞ୍ଚଳ ଅଗ୍ନିଶ୍ରମ ଅଧିକାରୀ ବିଚିତ୍ର ପଣ୍ଡା, ଛତ୍ରପୁର ଆସିଷ୍ଟାଣ୍ଟ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସମୁଦ୍ର ଭିତରେ ବୁଡି ଥିବା ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେନେଇ ମଧ୍ୟ ମକ ଡ୍ରିଲ କରାଯାଇଥିଲା । ଏହା ଏକ ଡେମୋ କାର୍ଯ୍ୟକ୍ରମ ରହିଥିଲା । ଅଗ୍ନିଶମ ବିଭାଗ ସବୁବେଳେ ନିଜ ଜୀବନ କୁ ବାଜି ଲଗାଇ ଏହିପରି ବିଭିନ୍ନ ବିପଯ୍ୟୟ ବେଳେ ଲୋକଙ୍କୁ ଉଦ୍ଧାର କରିଥାଏ ବୋଲି କହିଥିଲେ । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଛତ୍ରପୁର ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ଗୋପାଳପୂର ବନ୍ଦର ଅଗ୍ନିଶମ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
