କାକଟପୁର :ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର, ମା ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ନବକଳେବର ସମୟରେ ନୂତନ ବିଗ୍ରହ ନିର୍ମାଣ ପାଇଁ ଆବଶ୍ୟକ ପଡିଥାଏ ଦାରୁ ବୃକ୍ଷ । ଏହି ଦାରୁ ବୃକ୍ଷ ପାଇଁ ନିମ୍ବ ବୃକ୍ଷର ଆବଶ୍ୟକ ପଡିଥାଏ। ଏଥିପାଇଁ ଦଇତାପତି ମାନେ କାକଟପୁରର ଦେଉଳିମଠ ପରିସରରେ ମା ମଙ୍ଗଳାଙ୍କୁ ସୁମରଣା କରି ଅଧିଆ ପଡିଥାନ୍ତି, ଏବଂ ପରବର୍ତୀ ସମୟରେ ମା ମଙ୍ଗଳାଙ୍କ ସ୍ୱପ୍ନାଦେଶ ମାଧ୍ୟମରେ ମିଳିଥାଏ ଦାରୁ ଠିକଣା।ଇତିହାସ କହେ ପୂର୍ବରୁ ଯେତେ ନବକଳେବର ହୋଇଛି ସମସ୍ତ ଦାରୁ ପ୍ରାଚୀ ଉପତ୍ୟାକାରୁ ହିଁ ମିଳିଛି ।

କାକଟପୁର,ଅସ୍ତରଙ୍ଗ ଅଞ୍ଚଳରୁ ନିମ୍ବବୃକ୍ଷମାନ ଦାରୁ ଭାବରେ ଯାଇ ସେହି ମହାଦାରୁରୁ ମହାବିଗ୍ରହ ମାନ ନିର୍ମାଣ ହୋଇଥାଏ । କିନ୍ତୁ ବର୍ତମାନ ସମୟରେ ନିମ୍ବ ବୃକ୍ଷର ଅଭାବ ପରିଲକ୍ଷିତ ହେଉଥିବା କାରଣରୁ ବାହାର ଜିଲ୍ଲାମାନଙ୍କରୁ ଦାରୁର ଠିକଣା ମିଳୁଛି।ଏହି ନିମ୍ବ ବନିକା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଇନି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ସିଦ୍ଧାନ୍ତ ମହାପାତ୍ର,କାକଟପୁର ବିଧ୍ୟାୟକ ତୁଷାର କାନ୍ତିବେହେରା, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ପୁରୀ ବନଖଣ୍ଡ ଅଧିକାରୀ, ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ସାଧୁସନ୍ଥ,ବୁଦ୍ଧିଜୀବୀ ,ରାଜନେତା ,ମାନେ ଏହାକୁ ପ୍ରସଂଶା କରିଛନ୍ତି । ଏହି ମହାନିମ୍ବ ବୃକ୍ଷର ରକ୍ଷଣ ବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାର ବହନ କରିବାକୁ ଦାବି କରାଯାଇଛି।
