ପୁରୀ-ଭୁବନେଶ୍ୱର: ଜାତୀୟ ରାଜ ପଥ ସାକ୍ଷୀଗୋପାଳ କଲେଜ ଛକରେ ଥିବା ଏକ ଢାବା ସାମ୍ନାରେ ବୋମା ମାଡ଼ । ବୋମା ମାଡ଼ରେ ଜଣେ ଆହତ ହୋଇଥିବା ବେଳେ ଭାଙ୍ଗିଲା କା?ର୍ର କାଚ। ବୋମା ମାଡ଼ ପରେ ଅଞ୍ଚଳରେ ଭୟର ବାତା ବରଣ ଖେଳିଯାଇଛି। ଘଟଣାସ୍ଥଳରେ ସାକ୍ଷୀଗୋପାଳ ପୁଲିସ ଛାନ ଭିନ ଜାରି ରଖିଥିବା ବେଳେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ତେବେ ଆଜି ଆସାମ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିଥିବା ବେଳେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ପୁରୀ ଯିବାର କାର୍ୟ୍ୟକ୍ରମ ରହିଛି। ଏହାରି ଭିତରେ ଜାତୀୟ ରାଜ ପଥ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଏକରୁ ଅଧିକ ବୋମା ମାଡ଼ ଘଟଣା ଏବେ ପୁଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି! ଜଇଆ ଢ଼ାବା ମାଲିକ ଙ୍କ କହିବା ଅନୁସାରେ ୪ ରୂ ଅଧିକ ଅତ୍ୟନ୍ତ ନିଶାସକ୍ତ ଅବସ୍ଥାରେ ହୋଟେଲ ଭିତରକୁ ପଶି ଆସି ସମସ୍ତ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଲେ ଏହାରି ଭିତରେ ଖାଇବା କୁ ଆସିଥିବା ଗ୍ରାହକ ଓ ନିଶା ଶକ୍ତ ଯୁବକ ଙ୍କ ଭିତରେ ଆରମ୍ଭ ହେଲା ହାତା ହାତୀ ଓ କିଛି ସମୟରେ ଭିତରେ ଉଭୟ କୁ ହୋଟେଲ ବାହାରକୁ କାଢି ଦେଇଥିଲେ ହୋଟେଲ ମାଲିକ ମାତ୍ର କେଇ ମିନିଟ ଭିତରେ ଉଗ୍ର ରୂପ ନେଇଥିଲା କଲେଜ ଛକ! ଆରମ୍ଭ ହୋଇଥିଲା ବୋମା ମାଡ଼ ପରେ ବୋମା ମାଡ଼!
