ନୀଳଗିରି: ପାଣିରେ ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଏଭଳି ଅଘଟଣ ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଉଡ଼ାପଦା ନିକଟ ରାବିଡିସାହି ଅଞ୍ଚଳରେ ଘଟିଛି। ମୃତକ ହେଲେ ଧୋବଶିଳା ପଞ୍ଚାୟତର ସମିତିସଭ୍ୟ ପାଗୁଲୁ ସିଂଙ୍କ ମାଆ ତଥା ସ୍ୱାମୀ ରଥ ସିଂଙ୍କ ପତ୍ନୀ ରଇବାରି ସିଂ(୬୧)। ସୂଚନା ଅନୁଯାୟୀ ରାବିଡିସାହି ଅଞ୍ଚଳରେ ଥିବା ସୁରେଶ ଦାସଙ୍କ ଘରୋଇ ପୋଖରୀକୁ ବୃଦ୍ଧାଜଣକ ଗାଧୋଇବାପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗୋଡ଼ଖସି ବୁଡ଼ି ଯାଇଥିଲେ।ତାଙ୍କୁ ଖୋଜାଖୋଜି କରିବାପରେ ପାଣିରୁ ଉଦ୍ଧାରପରେ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁକରି ଶବଟିର ପୋଷ୍ଟମୋଟମ କରିଛି।
