ରାଜନଗର: ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼କୋଟ ଗାଁର ହଂସୁଆ ନଦୀ କୂଳରେ ଥିବା ପଥର ସ୍ପର ନିକଟରେ ୪ ଫୁଟ ୩ ଇଞ୍ଚ ଲମ୍ବର ମାଈ ବଉଳା କୁମ୍ଭୀରଟିଏ ମରି ପଡ଼ିଥିବା ଦେଖାଯାଇଥିଲା। ବିଭିନ୍ନ ସମୟରେ ମାଛ ଧରିବାକୁ ନଦୀରେ ବିଷାକ୍ତ ଔଷଧ ପ୍ରୟୋଗ ହେତୁ ହେଉ କିମ୍ବା ବଡ଼ ଜାଲରେ ଛନ୍ଦି ହୋଇ ଏହି କୁମ୍ଭୀରଟି ମ?ତ୍ୟୁବରଣ କରିଥିବା ସ୍ଥାନୀୟ ଲୋକେ କୁହନ୍ତି।ଖବରପାଇ ଫରେଷ୍ଟର ରାକେଶ ମହାନ୍ତି,ବନରକ୍ଷୀ ସ୍ମୃତିରେଖ ନାୟକ ଓ ଅନ୍ୟ ବନ କର୍ମଚାରୀ ମୃତ କୁମ୍ଭୀରଟିକୁ ଉଦ୍ଧାର କରି ରାଜନଗର ରେଞ୍ଜ ପରିସରକୁ ଆଣିଥିଲେ। ସେଠାରେ ବ୍ୟବଛେଦ କରିସାରିବା ପରେ ରେଞ୍ଜ କାର୍ଯ୍ୟାଳୟ ପରିସରରେ କୁମ୍ଭୀରକୁ ପୋତି ଦିଆଯାଇଛି। ସୂଚନା ଥାଉକି,ଗତ ମାସ ୨୧ ତାରିଖରେ ଏହି ସ୍ଥାନର ଦଶ ଫୁଟ ଦୂର ପଥର ସ୍ପର ନିକଟରେ ତିନି ଫୁଟର ଏକ ମୃତ ମାଈ କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଥିଲା।ଗୋଟିଏ ସ୍ଥାନରେ ମାତ୍ର ଦଶ ଦିନ ମଧ୍ୟରେ ଦୁଇଟି ମାଈ କୁମ୍ଭୀର ମୃତ୍ୟୁ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
