ଜୟପୁର: ଅନ୍ଧ ବିଶ୍ୱାସର କରୁଣ ପରିଣତି। ଗୁଣି ଗାରେଡି ସନ୍ଦେହରେ ହତ୍ୟା। ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ।କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଘୁମର ପଂଚାୟତର ଝଡିଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ସେହି ଗାଁ ର ନାରାୟଣ ମିନରବାଲିଆ ।
ସୂଚନାନୁଯାୟୀ, ଝଡିଗୁଡାର କମଲଚନ କରଲିଆ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ଗତ କାଲି ରାତିରେ ଗୁଣିଆ ଭାବେ ଔଷଧ ଦେବା ପାଇଁ ନାରାୟଣ ମିନରବାଲିଆ କମଲଚନଙ୍କ ଘର କୁ ଯାଇଥିଲେ। ହେଲେ ରାତିରେ କମଲଚନଙ୍କ ହଠାତ୍ ମୃତ୍ୟୁ ହୋଇଥିଲା। କମଲଚନଙ୍କୁ ଗୁଣିଗାରେଡ଼ି କରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକେ । ଘରକୁ ଆସିଥିବା ନାରାୟଣ ମିନରବାଲିଆଙ୍କ ଉପରେ ସନ୍ଦେହ ବଢିଯାଇଥିଲା । ଏହାପରେ ପ୍ରତିଶୋଧ ପରାୟଣ ହୋଇ କମଲଚନଙ୍କ ବଡ଼ ଭାଇ ହରିବନ୍ଧୁ କରଲିଆ ନାରାୟଣଙ୍କୁ ହତ୍ୟା କରିଛନ୍ତି । କାଠ ଫାଳିଆ ସାହାଯ୍ୟରେ ନାରାୟଣଙ୍କ ମୁହଁ ଏବଂ ମୁଣ୍ଡରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।ସେପଟେ ହତ୍ୟା କାରୀଙ୍କୁ ଉଚିତ ଦଣ୍ଡ ପ୍ରଦାନ ପାଇଁ ଦାବୀ ହୋଇଛି । ଘଟଣା ସ୍ଥଳରେ ବୈପାରୀଗୁଡା ଥାନା ଅଧିକାରୀ ଏବଂ କୋରାପୁଟ ସାଇଣ୍ଟିଫିକ ଟିମ ପହଂଚି ଘଟଣାର ତଦନ୍ତ କରୁଛନ୍ତି ଲ ଶବ କୁ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଭିଯୁକ୍ତ କୁ ଗିରଫ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
