ବାଲିଗୁଡା: ରାସ୍ତା ପାର ହେବା ସମୟରେ ୮୫ ବର୍ଷୀୟ ବୃଦ୍ଧ ଙ୍କୁ ଧକ୍କା ଦେଲା ଘରୋଇ ବସ ଦୀପକ ବାଲିଗୁଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ର ପରମପାଙ୍ଗା ପଂଚାୟତ ର ଇର୍ପିଗୁଡା ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା।ଘରୋଇ ଦୀପକ ନାମକ ବସ ଧକ୍କା ରେ ଘଟଣା ସ୍ଥଳରେ ହିଁ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣକ ବାଲିଗୁଡା ଥାନା ପରମପାଙ୍ଗା ପଂଚାୟତ ର ଇର୍ପିଗୁଡା ଗାଁ ର ଲେଙ୍ଗେସା ମଳିକ ବୋଲି ଜଣା ପଡିଛି ।

ତେବେ ମୁନିଗୁଡା ରୁ ବାଲିଗୁଡା ଅଭିମୁଖେ ଦୀପକ ନାମକ ଘରୋଇ ବସ ଟି ଆସୁଥିବା ବେଳେ ବୃଦ୍ଧ ଜଣକ ଇର୍ପିଗୁଡା ଛକ ନିକଟରେ ରାସ୍ତା ପାର ସମୟରେ ସାମ୍ନା ପଟୁ ବସ ଟି ଧକ୍କା ଦେଇଥିଲା ।ବସ ଧକ୍କା ରେ ବୃଦ୍ଧ ଜଣକ ଚକା ତଳେ ପଡି ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିବା ଜଣା ପଡିଛି। ଦୁର୍ଘଟଣା ପରେ ବସ ଡ୍ରାଇଭର, ହେଲ୍ପର ଓ କଂଡ଼କ୍ଟର ବସ ଛାଡି ଫେରାର ହୋଇଛନ୍ତି । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।
