ପୁରୀ: ରକ୍ତଦାନ, ବୃକ୍ଷ ରୋପଣ ଓ ସମାଜସେବା, ପଶୁ ପକ୍ଷୀ ଙ୍କୁ ଖାଦ୍ୟ ଓ ଜଳଦାନ କରିବା ସହ ଓଡିଶା ରାଜ୍ୟ ଅମଲା ସଙ୍ଘର ସଫଳ ନେତୃତ୍ୱ ନେଇ ଜ୍ଞାନରଞ୍ଜନ ମହାନ୍ତି ଭଦ୍ରକ ଠାରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଓଡିଶା ରେ କାର୍ଯ୍ୟରତ ଅମଲା ମାନଙ୍କ ସମସ୍ୟା, ଅଭାବ,ଅସୁବିଧାକୁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପିତ କରି ଅମାଲାମାନଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।ଗତ ସପ୍ତାହ ରେ ସତ୍ୟବାଦୀ ବିରଗୋବିନ୍ଦପୁର ର ୧୫ ବର୍ଷ ର ବାଳକ କୁ ଥଲେସେମିଆ ରୋଗ ପାଇଁ ରକ୍ତଦାନ କରି ମହାନ ବ୍ୟକ୍ତିତ୍ୱ ର ପରିଚୟ ଦେଇପାରିଛନ୍ତି ।ଭଦ୍ରକ ଧାମରା ଗୌରାଙ୍ଗ ପୁର ଠାରେ ଅନୁଷ୍ଠିତ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ନବକଳେବର ଉତ୍ସବ ରେ ଯୋଗ ଦେଇ ଉଚ୍ଚଶିକ୍ଷା, କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଠାରୁ ମାନପତ୍ର, ଉପଢୌକନ ପ୍ରାପ୍ତ ହୋଇ ସମ୍ବର୍ଦ୍ଧିତ ହୋଇଛନ୍ତି ।ଶୁଣି ରାଜ୍ୟ ଅମଲା ସଙ୍ଘର ଶହ ଶହ ଅମଲା ମାନେ ଅଭିନନ୍ଦନ ଜଣାଇଛନ୍ତି । ଜନତାଙ୍କ ସ୍ୱୋକୁ ବ୍ରତ ଭାବେ ଗ୍ରହଣ କରି ସରକାରୀ କର୍ମରେ ଯୋଗ ଦେଇଥିଲେ । ଗତ ସପ୍ତାହରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ଠାରେ ଅନୁଷ୍ଠିତ ରାଜ୍ୟ ଅମଲା ସଙ୍ଘ ସମ୍ମିଳନୀରେ ଦ୍ୱିତୀୟ ଥର ପାଇଁ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ।ବହୁମୁଖୀ ପ୍ରତିଭା ଓ ସଂଗଠନ ପ୍ରେମୀ ଭାବେ ଓଡିଶା ରେ ପରିଚିତ ।ପ୍ରକୃତି ପ୍ରେମୀ ମଣିଷ ଭାବେ ଶହ ଶହ ବୃକ୍ଷ ରୋପଣ କରିଛନ୍ତି ।ବର୍ତମାନସୁଦ୍ଧା ୨୨ ଜଣଙ୍କୁ ରକ୍ତଦାନ କରିସାରିଲେଣି । ଏହି ସମ୍ମାନ ପାଇଁ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମାଲାମାନେ ଖୁସିବ୍ୟକ୍ତ କରିଛନ୍ତି ।
