ଜୟପୁର: ଜୟପୁର ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ କୋରାପୁଟ ଡିଏଫଏସ ସ୍କାର୍ଡ ଚଢାଉ କରିଛି । ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଚଢାଉ କରିଛି । ଚଢାଉ କରି ୮ ଶହ ଲିଟର ପୋଚ ଓ ୬୦ ଲିଟର ଦେଶି ମଦ ଜବତ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମତ ଭାଟି ବା ସହ ମଦ ରନ୍ଧା ସରଞ୍ଜାମ ଡ୍ରାମ ଆଦିକୁ ଜବତ କରିଛି । ଚଢାୁ ରେ ଏସଆଇ ଦିବାକର ମହାପାତ୍ର, ନିରିକ୍ଷକ ଚନ୍ଦ୍ର ଶେଖର ପଢିହାରି ଓଏସଆଇ ଏଲିଜା ବିଷୋୟି ପ୍ରମୁଖ ଉପସ୍ଥିତ ଥିଲେ ।
