ଗଞ୍ଜାମ: ଓଡିଶା ଫୂଟବଲ ସଙ୍ଘ ଦ୍ୱାରା ଆୟୋଜିତ ‘ଓଡିଶା ୱାମେନ ମେନ ଲିଗ’ ଚଳିତ ମାସ ୧୯ ତାରିଖ ଠାରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ଆରମ୍ଭ ହେବାକୁ ଯାଉଅଛି। ଏହି ଟୁର୍ନାମେଣ୍ଟ ରେ ବରିଷ୍ଠ ମହିଳା ଫୂଟବଲ ଖେଳାଳି ମାନେ ଯୋଗ ଦେବେ ଏବଂ ଏହି ଟୁର୍ନାମେଣ୍ଟ ଟି ମୋଟ ୧୨ ଗୋଟି ଦଳ ମଧ୍ୟରେ ରେ ଖେଳାଯିବ। ଏହି ଚାମ୍ପିୟନସିପ ରେ ଗଞ୍ଜାମ ମହିଳା ଫୂଟବଲ ଦଳ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଅଛି। ସମଗ୍ର ଗଞ୍ଜାମ ଜିଲ୍ଲା ପାଇଁ ଏହା ଏକ ଇତିହାସ ସୃଷ୍ଟି। ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ଆରମ୍ଭ ହେବା ଦିନ ଠାରୁ ଆଜି ଯାଏଁ ମହିଳା ଦଳ ଏହି ଟୁର୍ନାମେଣ୍ଟ ଖେଳିବାରୁ ବଂଚିତ ହୋଇଛି ରହି ଥିଲା। ଏହା ଏକ ଖୁସି ରେ ବିଷୟ ପାଲଟିଛି। ଏଣୁ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ, ଜି. ଏମ. ବାବୁ,ସୀତାରାମ ୍େୱବ୍ରତ, ପ୍ରମୋଦ ମହାରଣା, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ବରିଷ୍ଠ ଖେଳାଳି ମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ଗଞ୍ଜାମ ମହିଳା ଦଳ ରେ ସ୍ଥାନ ପାଇଥିବା ଖେଳାଳି ମାନଙ୍କ ନାମ ହେଲା : ଇତିଶ୍ରୀ ନାୟକ, ସୁଶାନ୍ତି ନାୟକ, ଗାୟତ୍ରୀ ସାହୁ, ଡ଼ି. ତ୍ରିଷ୍ଣା ପଟନାୟକ, ତପସ୍ୱିନୀ ମହାରଣା, ଶ୍ରୀୟା ବେହେରା, ସି. ଏଚ ସୋନମ ପାତ୍ର, କିଶୋରିକା ବେହେରା ପାଢ଼ୀ, ରଶ୍ମିତା ବେହେରା, ସୁଶ୍ରୀ ସଂଗୀତା ଦଳାଇ, ଏନ. ବର୍ଷା, ଜୈତୁନ ବେଗମ, ଶ୍ରାବଣୀ ବେହେରା, ସରିତା ବେହେରା, ଏମ. ମେନକା, ଶୁଭଲକ୍ଷ୍ମୀ ତ୍ରିପାଠୀ, ପି. ସ୍ୱାତି, ନିହାରିକା ପାତ୍ର, ପି. ଦେବାଂଶୀ, ଟି. ଦିବ୍ୟସୀ ଏବଂ ଦଳ କୋଚ ଜି. ମନ୍ମଥ ବାବୁ ଓ ମ୍ୟାନେଜର ରମେଶ ବେହେରା ହୋଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ସୂଚନା ଦେଇଛନ୍ତି।
