ବାଲୁଗାଁ: ୩.୬ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ।ଅଭିଯୁକ୍ତ ଜଣକ ରାଜ କିଶୋର ପରିଡା।ସୂଚନା ମୁତାବକ ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଲାଣ ବେଧଡକ ଭାବେ ହେଉଥିବା ବେଳେ ଏହାକୁ ଦମନ କରିବାପାଇଁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଜୟ କୁମାର ପଟ୍ଟନାୟକ ଓ ବାଲୁଗାଁ ଥାନା ଅଧିକାରୀଙ୍କ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରାଯାଇଥିଲା।ତେବେ ସୋମବାର ଅପରାହ୍ନରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଆହାର କେନ୍ଦ୍ର ନିକଟବର୍ତ୍ତୀ ବାଲୁଗାଁ ଡିଗ୍ରୀ କଲେଜ ପଛ ପାର୍ଶ୍ୱ ଏକ ବୁଦା ଅଞ୍ଚଳରେ ଅଚାନକ ଚଢାଉ କରିବାରେ ଗଞ୍ଜେଇ ବେପାରୀ ରାଜ କିଶୋର ପରିଡାଙ୍କୁ କାବୁ କରିବାସହ ତା ନିକଟରୁ ୩.୬ କେଜି ଗଞ୍ଜେଇ,ଗୋଟିଏ ମୋବାଇଲ ଫୋନ ଓ ନଗଦ ୨୩୪୮/- ଟଙ୍କା ଜବତ କରାଯାଇଥିଲା।ଏନେଇ କେଶ ନଂ ୧୮୫/୨୬ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀଣୀ ଶ୍ରଦ୍ଧା ନାୟକ କହିଛନ୍ତି।ଉକ୍ତ ଚଢ଼ାଉରେ ଏସଆଇ ରସନା ସାହୁ,ଏଏସଆଇ ଏମଆର ସ୍ୱାଇଁ,ଆର.ମୋହନ ରେଡ୍ଡୀ,ପିଆର ଭୋଇ,ସତ୍ୟବାଦୀ ମୁଦୁଲି ପ୍ରମୁଖ ସାମିଲ ଥିଲେ।
