କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଶୁକୁନାଭଟ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁର୍ଘଟଣା। ଗତ ରବିବାର ରାତି ୮ ଟା ସମୟରେ ଶୁକୁନାଭଟ୍ଟା ଗ୍ରାମର ନରସିଂହ ସାହୁ ଙ୍କ ପୁତ୍ର ନରସିଂହ ସାହୁ ବୟସ ପ୍ରାୟ ୧୭ ବର୍ଷ ହୋଇଥିବା ବେଳେ ଗ୍ରାମ ସମ୍ମୁଖରେ ରାତି ଜାତୀୟ ରାଜପଥ ର ଏକ ପୋଲ କଡ଼ରେ ବସିଥିବା ବେଳେ କେସିଙ୍ଗା ରୁ ବଲାଙ୍ଗିର ପଟେ ଯାଉଥିବା ଏକ ଅଜଣା ଗାଡ଼ି ଦୃତ ଗତି ରେ ଆସି ପୋଲ କଡ଼ରେ ବସିଥିବା ନରସିଂହ ଙ୍କୁ ଜୋର୍ ରେ ଧକ୍କା ଦେଇ ଚାଲିଯାଇଥିଲା। ଦୁର୍ଘଟଣା ବିଷୟରେ ଜାଣିପାରି ଗ୍ରାମବାସୀ ଉକ୍ତ ଯୁବକ ଟିକୁ ତୁରନ୍ତ ଉଦ୍ଧାର କରି କେସିଙ୍ଗା ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ଯୁବକ ର ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ସେଠାରେ ଡାକ୍ତର ଯୁବକ ଟିକୁ ମୃତ ଘୋଷଣା କରିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ଶୁକୁନାଭଟ୍ଟା ଗ୍ରାମ ସମ୍ମୁଖରେ ଦୁର୍ଘଟଣାରେ ୬ ଜଣ ଙ୍କ ମୂଲ୍ୟବାନ ଜୀବନ ଯାଇ ଶାରିଲାଣି କିନ୍ତୁ ଏତିକି ହେଲା ପରେ ପ୍ରଶାସନ କିମ୍ବା ଜାତୀୟ ରାଜପଥ ବିଭାଗ ର ଚେତା ପସିନାହିଁ । ଶୁକୁନାଭଟ୍ଟା ଅଞ୍ଚଳ କୁ କାହିଁକି ରାଜପଥ ବିଭାଗ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରୁନାହାନ୍ତି ଯାହା ଫଳରେ ଗାଡ଼ି ଚାଳକ ବାରମ୍ବାର ଏଠାରେ ବୁଲାଣି ଥିବା ଜାଣି ନପରି ଗାଡ଼ି ଚାଳକ ମାନେ ଦୃତ ଗତିରେ ଗାଡି ଆଣୁଥିବାରୁ ଏମିତି ବାରମ୍ବାର ଦୁର୍ଘଟଣା ଘଟୁଛି ଯାହା ଫଳରେ ଆମେ ବାଧ୍ୟ ହୋଇ ରାଜରାସ୍ତାକୁ କୁ ଓଲ୍ହାଇଲୁ ବୋଲି ଗ୍ରାମବାସୀ କହିଛନ୍ତି । ବର୍ତମାନ ମୃତ ଯୁବକ ଟିର କ୍ଷତିପୂରଣ ନମିଳିବା ଏବଂ ଶୁକୁନାଭଟ୍ଟା ଗ୍ରାମ ସମ୍ମୁଖକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା ନକଲା ପର୍ଯ୍ୟନ୍ତ ରାଜପଥ ଅବରୋଧ କରାଯିବ ବୋଲି ଗ୍ରାମ ବାସୀ ଦାବି କରିଛନ୍ତି । ବର୍ତମାନ ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ସୁକୁନାଭଟା ଯୁବକ ଦୁର୍ଘଟଣା ରେ ମୃତ୍ୟୁ ପରେ ରାଜପଥ ଅବରୋଧ ଘଟଣା ଜାଣି କେସିଙ୍ଗା ତହସିଲଦାର ଦୁର୍ଘଟଣା ସ୍ଥଳ ରେ ପହଞ୍ଚି ଗ୍ରାମ ବାସୀଙ୍କୁ ବୁଝା ସୁଝା କରି ରେଡ଼ କ୍ରସ ପାଣ୍ଠିରୁ ଦଶ ହଜାର ଏବଂ ଅନ୍ୟ ଏକ ଯୋଜନା ରୁ ଦଶ ହଜାର ଦେବା ପାଇଁ ଘୋଷଣା କରି ଅନ୍ୟ ସରକାରୀ ସାହାୟତା ପ୍ରଦାନ କରିବା ସହ ସୁକୁନାଭଟ୍ଟା ବୁଲାଣୀ କୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଇଁ ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେବାପରେ ରାଜପଥ ଅବରୋଧ ପ୍ରତ୍ୟାହାର କରିଛନ୍ତି ସୁକୁନା ଭଟ୍ଟା ଗ୍ରାମ ବାସୀ।
