କିଭ: ଉଦ୍ଧାରକାରୀ ଅଧିକାରୀଙ୍କ କହିବାନୁସାରେ, ସାମ୍ମୁଖ୍ୟ ଲଢ଼େଇ କ୍ଷେତ୍ରରେ ଥିବା କ୍ରାମାଟୋର୍ସ୍କ ସହରରେ ଦୁଇଟି ଯାତ୍ରୀବାହୀ ବସ୍ ଉପରେ ରୁଷର “ଗ୍ଲାଇଡ୍ ବମ୍’ ଆକ୍ରମଣ ଫଳରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ କ୍ରାମାଟୋର୍ସ୍କ ଅଞ୍ଚଳ ଅନ୍ତର୍ଗତ ବିଲେଙ୍କେ ଗ୍ରାମରେ ମଧ୍ୟ ତିନି ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଡୋନେଟସ୍କ ଆଞ୍ଚଳିକ ମୁଖ୍ୟ ଭାଦିମ୍ ଫିଲାଶକିନ୍ କହିଛନ୍ତି ଯେ ଆଉ ୧୮ ଜଣ ଆହତ ହୋଇଛନ୍ତି। ସେ ରୁଷ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଯଥାସମ୍ଭବ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯାତ୍ରୀବାହୀ ବସ୍କୁ ଟାର୍ଗେଟ୍ କରାଯାଇଥିଲା। କ୍ରାମାଟୋର୍ସ୍କ ଏବଂ ପଡ଼ୋଶୀ ସ୍ଲୋଭିଆନ୍ସ୍କ ସହରଗୁଡ଼ିକ ଏକ ସୁରକ୍ଷା ବଳୟର ଅଂଶବିଶେଷ ଅଟେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସମଗ୍ର ୟୁକ୍ରେନୀୟ ଶିଳ୍ପାଞ୍ଚଳ “ଡୋନବାସ୍’ ଉପରେ ନିଜର ଦାବି ଜାହିର କରିବା ସହ ଏହି ଅଞ୍ଚଳକୁ କବ୍ଜା କରିବାକୁ ଚେଷ୍ଟା କରୁଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି: ଏହି ଆକ୍ରମଣର ଜବାବ ନିଶ୍ଚିତ ଭାବେ ଦିଆଯିବ। ଟେଲିଗ୍ରାମରେ ଏକ ପୋଷ୍ଟ କରି ସେ କହିଛନ୍ତି, ରୁଷ ଡୋନବାସରେ ସମସ୍ତ ଜୀବନସତ୍ତାକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ଏବଂ ବିଶ୍ୱକୁ ଏହା ଉପରେ ପ୍ରତିକ୍ରିୟା ଦେବାକୁ ପଡ଼ିବ। କଠୋର ପ୍ରତିକ୍ରିୟା ଦେବା ଆବଶ୍ୟକ – ଠିକ୍ ସେହିପରି ଯାହା ରୁଷୀୟମାନେ ସେମାନଙ୍କ ଦ୍ୱାରା ଘଟିଥିବା ମୃତ୍ୟୁ ପାଇଁ ପ୍ରାପ୍ୟ ଅଟନ୍ତି। ସ୍ଥାନୀୟ ସରକାରୀ ଓକିଲଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଛବିଗୁଡ଼ିକରେ ବସ୍ର ଜଳିଯାଇଥିବା ଧାତବ ଢାଞ୍ଚା ସହିତ ଭଗ୍ନାବଶେଷ ଏବଂ ରାସ୍ତା ଉପରେ କିଛି ମୃତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଏହି ସଦ୍ୟତମ ଆକ୍ରମଣ ଉପରେ ମସ୍କୋ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଟେଲିଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, ରୁଷ ଡୋନବାସରେ ସମସ୍ତ ଜୀବନସତ୍ତାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି ଏବଂ ବିଶ୍ୱକୁ ଏହା ଉପରେ ପ୍ରତିକ୍ରିୟା ଦେବାକୁ ପଡ଼ିବ। ଏହି ସଦ୍ୟତମ ଆକ୍ରମଣ ଉପରେ ମସ୍କୋ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ।
