ଫୁଲବାଣୀ: ଘର ଲୋକ ନଥିବା ବେଳେ ଝରକା ଭାଙ୍ଗି ଘରେ ପଶି ସୁନା ଅଳଙ୍କାର ଚୋରି କରିବା ମାମଲାରେ କୋଟଗଡ ପୋଲିସ ତଦନ୍ତ କରି ଚୋର ମାନଙ୍କୁ ଧରି ସେମାନଙ୍କ ଠାରୁ ସୁନା ଗହଣା ଏବଂ ଟଙ୍କା ଜବତ କରିଥିବାରୁ ପୋଲିସ୍ କୁ ମିଳିଛି ବଡ ସଫଳତା। ସୂଚନା ଯୋଗ୍ୟ ୩୦.୦୯.୨୦୨୬ ରାତିରେ, ଶ୍ରୀରାମପୁର ଗ୍ରାମର ଲୁସିଆନ୍ ବଡ଼ନାୟକ ଏବଂ ତାଙ୍କ ପରିବାର ଲୋକ ଘରେ ନଥିବା ସମୟରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ମାନେ ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରି “ଗୋଦରେଜ୍’ ଭାଙ୍ଗି ସୁନା ଅଳଙ୍କାର ଚୋରି କରିଥିଲେ। ଅଭିଯୁକ୍ତ ମାନେ ଚୋରି କରିଥ?ିବା ସୁନା ଅଳଙ୍କାର ବିକ୍ରି କରିଥିଲେ ଏବଂ ସେହି ସୁନା ଅଳଙ୍କାର ଟଙ୍କାରେ ଜୀବିକା ନିର୍ବାହ କରିବା ପାଇଁ ଏକ ଟ୍ରାକ୍ଟର କିଣିଥିଲେ। ପରିବାର ଲୋକ ଘରକୁ ଫେରି ଦେଖିବା ପରେ ସୁନା ଅଳଙ୍କାର ଚୋରି ହୋଯାଇଥିବା ସମ୍ପର୍କରେ ଘର ମାଲିକ କୋଟଗଡ ଥାନାରେ ଅଭିଯୋଗ କରିଥିଲେ । କଟୋଗଡ ଥାନା ପୋଲିସ୍ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଜାରି ରଖିଥିବା ବେଳେ କୋଟଗଡ ଥାନା ଅଧିକାରୀ ସମ୍ବିତ୍ କୁମାର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ଭୀମସେନ ମୁଟୁକା ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇ ଥାନା କେସ୍ ନଂ ୧୮୪ ବି ଏନ୍ ଏସ୍ ଧାରା ୩୩୧(୪),୫୦୩ (କ), ଏକ ମାମଲା ରୁଜୁ କରିବା ସହ କୋଟଗଡ ଥାନା ଅନ୍ତର୍ଗତ ଶ୍ରୀରାମ ପୁର ନୂଆସାହି ର ମୃତ ଚକ୍ରଧର ଉଠାନ୍ ସିଂ ଙ୍କ ପୁଅ ଲିଟୁ ଉଠାନ ସିଂ(୨୭),ଶ୍ରୀରାମ ପୁର ଓଡ଼ିଆ ସାହିର ନିରାକାର ବଡ କହଁର ପୁଅ ପୀତବାସ ବଡ କହଁର(୨୬), ଯୁବାଗୁଡ଼ା ଗ୍ରାମର ମିଶନ ସାହି ର କର୍ମା ବଡସେଟ ଙ୍କ ପୁଅ ପ୍ରେମାନନ୍ଦ ବଡ଼ ସେଟ୍( ୨୫) , ଏହି ୩ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିଲା।ଅଭିଯୁକ୍ତ ମାନଙ୍କ ଠାରୁ ୧୨.୦୮୫ ଗ୍ରାମ ସୁନା ଅଳଙ୍କାର,ନଗଦ ୨୧୦୦ ଟଙ୍କା ଏବଂ ଅଧିକ ସୁନା ବିକ୍ରି କରି କିଣିଥିବା ଗୋଟିଏ ଟ୍ରାକ୍ଟର ପୋଲିସ୍ ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୋଟଗଡ ଥାନା ଅଧିକାରୀ ସମ୍ବିତ୍ କୁମାର ସ୍ୱାଇଁ ସୁୂଚନା ଦେଇଥିବା ବେଳେ ଏସ୍ ପି ରମେନ୍ଦ୍ର ପ୍ରସାଦ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
