ରଘୁନାଥପୁର: ରଘୁନାଥପୁର ଥାନା ଅନ୍ତର୍ଗତ ହରିଶପୁର ଗ୍ରାମର ଜନୈକା ମହିଳାଙ୍କ ସୁନା ମୁଦିକୁ ସଫା କରିବା ଆଳରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବଡବାରିସାହି ଗ୍ରାମର କାହ୍ନୁ ସାହୁଙ୍କ ପୁଅ ଦୁର୍ଯୋଧନ ସାହୁ (୫୧) ଙ୍କୁ ଆଜି ରଘୁନାଥପୁର ପୋଲିସ କେସ ନଂ ୮୧/୨୫ ମୁତାବକ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁର୍ଯୋଧନ ପୋଲିସ ନିକଟରେ ନିଜର ଦୋଷ ସ୍ୱୀକାର କରି ଥିବା ବେଳେ ତା ନିକଟରୁ ଓଡି ୦୪ଏନ ୨୫୯୮ନଂ ବିହିନ ଏକ ଟିଭିଏସ ଏକ୍ସଏଲ ମୋଟରସାଇକେଲ ଜବତ କରାଯାଇଛି।
