ରାଇଘର: ରାଜ୍ୟ କ୍ରିକେଟ୍ ସଂଘ ଏବଂ ଜିଲ୍ଲା କ୍ରିକେଟ ସଂଘ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆନ୍ତଃ ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଏକ ୧୫ ଜଣିଆ ଦଳ ଚୟନକୁ କରାଯାଇଛି। ଉକ୍ତ ୧୫ ଜଣିଆ ଦଳ କୁ କ୍ରିକେଟ ସଂଘ ର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଘୋଷଣା କରିଛନ୍ତି। ସେମାନେ ହେଲେ ରାଜ ସିଂ ରାଜପୁତ, ସୁମିତ୍ କୁମାର ବାଘ, ଶୁଭମ୍ ନାୟକ, ଅଙ୍କୁଶ କୁମାର, ଦେବେନ୍ଦ୍ର କୁମାର ରାଉତ, ସ୍ୱାଧୀନ ପଟ୍ଟନାୟକ, ଆୟୁଷ୍ମାନ ପଣ୍ଡା, ବୀରେନ୍ଦ୍ର ପାଣିଗ୍ରାହୀ, ପଙ୍କଜ ସତନାମି, ରାଜ ଦୀପ ବାଲା, ନିକଲେଶ ବୈଶାକ, ନିଶାନ୍ ଉଦୟ , ସାହିଲ ଖୁଜାର, ଖଗେଶ୍ୱର ଗଣ୍ଡ, ରିତ୍ ହରିଜନ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି। ମ୍ୟାନେଜର ଭାବରେ ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ଏବଂ କୋଚ୍ ଭାବରେ ପ୍ରାକ୍ତନ କ୍ରୀଡାବିତ୍ ଅଶୋକ ନାୟକ ଙ୍କୁ ଦାୟିତ୍ୱ ଦିଆଯାଇଛି । କ୍ରିକେଟ୍ ସଂଘ ର ସହ ସମ୍ପାଦକ ଏମ୍ ବାଲା କ୍ରୀଷ୍ଣା ରାଓ , ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ ଖେଳାଳିଙ୍କ ସଫଳତା ନିମନ୍ତେ କାମନା କରିବା ସହ ଶୁଭେଛା ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ କଟକ ଠାରେ ଏଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ।ଓଡ଼ିଶା କ୍ରିକେଟ ସଂଘ ଦ୍ୱାରା ଗଠିତ ୬ ଗୋଟି ଗ୍ରୁପ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ ଏ ରେ ସ୍ଥାନ ପାଇଛି। ଜିଲ୍ଲା ଦଳ ଆସନ୍ତା ମେ ୧୧ ତାରିଖ ରୁ ୧୬ ମେ ପର୍ଯ୍ୟନ୍ତ ଏକ ଦିବସୀୟ ଫର୍ମାଟ ରେ ନୂଆପଡ଼ା, କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଏବଂ ସମ୍ବଲପୁର – ବି ସହ ଲିଗ୍ ମ୍ୟାଚ୍ ଖେଳିବେ ବୋଲି ସୂଚନା ମିଳିଛି। ଚୟନ କାର୍ଯ୍ୟକ୍ରମ ରେ ଜି. ଚନ୍ଦ୍ର ଶେଖର, ଦୁର୍ଯୋ ହରିଜନ, ସୁବ୍ରତ ଗଣ୍ଡ ସମେତ କ୍ରିକେଟ୍ ସଂଘ ର ଅନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
