ବାରିପଦା ; ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ପଡି ରହିଥିବା ଶବ ଶେଷରେ ୫୦ ଘଣ୍ଟା ପରେ ପରିବାରକୁ ହସ୍ତାନ୍ତର ହୋଇଛି। ମହୁଲଡିହା ଥାନା ଅଧିକାରୀ ବୀରେନ୍ଦ୍ର କୁମାର ବେହେରା ଓ ଏଏସଆଇ ସନ୍ତୋଷ ନାଏକଙ୍କ ଉପସ୍ଥିତିରେ ମୃତକ ଶାମ ମାର୍ଣ୍ଡି ର ପୁଅ, ଶବ ନେଇ ଗାଁକୁ ଫେରିଛି । ମୃତକ ଜଣକ ହେଲେ ଶାମ ମାର୍ଣ୍ଡି (୪୦) ଘର ବହଳଦାର ତେନ୍ତଳା ଗ୍ରାମରେ । ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ୨ ଟାରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଆଡମିଶନ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ବେଳକୁ ପରିସ୍ରା ପାଇଁ ବେଡ଼ରୁ ଉଠି ବାଥ ରୁମ ନଯାଇ ରାମ୍ପରେ ତଳକୁ ଯାଉଥିବା ବେଳେ ସେ ଖସି ପଡିଥିଲେ। ତାଙ୍କୁ ସ୍ତ୍ରୀ ଏବଂ ସିକ୍ୟୁରିଟି ମିଶି ଟେକି ନେଇଥିଲେ ବେଡ଼କୁ । ସ୍ତ୍ରୀ ଶାମକୁ ପାଣି ପିଇବାକୁ ଦେଇଥିଲା । ପରେ ସନ୍ଧ୍ୟା ୫ ଟା ରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ସ୍ୱାମୀଙ୍କ ମୃତ୍ୟୁ ପରେ ୫ ତାରିଖ ସକାଳୁ ସ୍ତ୍ରୀ ସୁଶୀଳା ମାର୍ଣ୍ଡି ନିଜ ଛୋଟ ଛୁଆକୁ ଧରି ମେଡିକାଲରୁ ଫେରାର ହୋଇଯାଇଥିଲା।ମହୁଲଡିହା ପୋଲିସ ର ଉଦ୍ୟମ କ୍ରମେ ଶାମ,ପରିବାର ସହ ସମ୍ପର୍କ ହେବା ପରେ ଶାମର ପୁଅ ୨ ଜଣ ଗ୍ରାମବାସୀଙ୍କୁ ନେଇ ୬ ତାରିଖ ଆସି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାରୁ ବ୍ୟବଚ୍ଛେଦ ନିମନ୍ତେ ଅରାଜି ହୋଇ ଲିଖିତ ଭାବେ ଶବ ଗ୍ରହଣ କରିଥିଲେ । ତେବେ ଶାମ ର ଦ୍ୱିତୀୟ ପତ୍ନୀ ସୁଶୀଳା, ଡାକ୍ତରଖାନାରୁ ଯିବା ପରେ ତାଙ୍କର ଖବର ମିଳିନଥିବା ର ଜଣାପଡିଛି।
